ଖୁସି ଖବର : ମହିଳାଙ୍କ ପାଇଁ ନୂଆ ଯୋଜନା ଆଣିବେ ନୂଆ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମହିଳାଙ୍କ ପାଇଁ ଖୁସି ଖବର । ମହିଳାଙ୍କ ପାଇଁ ନୂଆ ଯୋଜନା ଆଣିବେ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ମହିଳାଙ୍କ ପାଇଁ ନୂଆ କିଛି କରିବାକୁ ଯୋଜନା କରୁଛନ୍ତି ରେଖା ଗୁପ୍ତା । ଆଉ ଆଜି ନୂଆ ଯୋଜନା ବାବଦରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।
ଦିଲ୍ଲୀ ମହିଳାଙ୍କ ପାଇଁ ‘ମହିଳା ସମ୍ମାନ’ ଯୋଜନା ଲାଗୁକରାଯିବ । ଯେଉଁଥିଲେ ମାସିକ ୨୫୦୦ ଟଙ୍କା ଲେଖାଏଁ ମହିଳାଙ୍କୁ ଦିଆଯିବ । ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ବିଜେପି ଦେଇଥିଲା ଆଉ ସରକାର ଆସିବା ପରେ ଏହି ପ୍ରତିଶ୍ରୁତିକୁ ପାଳନ କରିବା ଦିଗରେ କାମ ଆରମ୍ଭ ହେଉଥିବା ସୂଚନା ମିଳିଛି । ତା ସହ ଆଗକୁ ଦିଲ୍ଲୀରେ ବଜେଟ ଅଧିବେଶନ ଥିବାରୁ ସେନେଇ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆଜି ବୈଠକ ଡାକିଛନ୍ତି ।
ତେବେ ଗତକାଲି ମହିଳାଙ୍କୁ ୨୫୦୦ ଟଙ୍କା ଦେବା ନେଇ ନୂଆ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆତିଶୀ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଥିଲେ କେବେ ଦିଲ୍ଲୀ ମହିଳାଙ୍କୁ ୨୫୦୦ ଟଙ୍କା ଦିଆଯିବ ବୋଲି । ପାଲଟା ଜବାବ ଦେଇ ରେଖା କହିଥିଲେ, ସରକାର ଆମର... ଏଜେଣ୍ଡା ଆମର, ଅପେକ୍ଷା କରନ୍ତୁ ଆମକୁ କାମ କରିବାକୁ ଦିଅ