ଆଡ଼ଭାନୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା
ପୁରୀ : ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧୀରେ ଭୂଷିତ କରାଯାଇଛି । ଏହାର ଅବ୍ୟବହିତ ପୂର୍ବରୁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚ୍ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା ଚିକ୍ରକଳାରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ଏକ ପ୍ରତିକୃତି ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ ।