କମର୍ସିଆଲ ସିଲିଣ୍ଡର ବଢିଲା ୩୯ ଟଙ୍କା


ାା ଏଜେନ୍ସି ।ା ନୂଆଦିଲ୍ଲୀ : ମାସ ଆରମ୍ଭରୁ ଝଟ୍କା । ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ । ପୁଣି ବଢିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର । କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୩୯ ଟଙ୍କା ବଢିଛି । ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ ସିଲିଣ୍ଡର ଦାମ୍ ୧୮୦୨.୫୦ ଟଙ୍କା, ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ୧୮୫୫ ଟଙ୍କାରେ ପହଞ୍ଚିଛି । ଗତମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢ଼ିଥିଲା । ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।