ବଢୁଛି ମହିଳାଙ୍କ ଅତ୍ୟାଚାର : କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗଠନ

ଭୁବନେଶ୍ୱର : ରାଜ୍ୟର ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହାର ତଦନ୍ତ ଓ ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପୂର୍ବତନ ବିଧାୟକ ସୁଜିତ କୁମାର ପାଢୀ, ବିଧାୟିକା ସୋଫିଆ ଫିଦେ୍ର୍ଦାସ, ବିଧାୟିକ ସତ୍ୟଜିତ ଗମାଙ୍ଗ, ସସ୍ମିତା ବେହେରା, ମାନସ ମଲ୍ଲିକ ଓ ଲିପିକା ମାଝୀ ସଦସ୍ୟ ଅଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି, ବିଜେପିର ୮ ମାସ ଶାସନ କାଳରେ ରାଜ୍ୟରେ ୧୬ ଶହ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି । ଦିନକୁ ଦିନ ଏହା ବଢିଚାଲିଛି । ସ୍ୱାଧୀନ ଭାରତରେ ଏହାଠାରୁ ଅଧିକ ହୃଦୟ ବିଦାରକ ଓ ବର୍ବୋରଚିତ କାର୍ଯ୍ୟ କିଛି ହୋଇନପାରେ । କଂଗ୍ରେସର ଏହି କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ଘଟଣାର ଅନୁଧ୍ୟାନ କରିବେ ଏବଂ ପିସିସିକୁ ସବିଶେଷ ତଥ୍ୟ ପ୍ରଦାନ କରିବେ ।