ଜାଗର ବୁଲେଇ ନ ନେବାରୁ ଆତ୍ମହତ୍ୟା  

ନୀଳଗିରି:  ଜାଗର ବୁଲେଇବାକୁ ନ ନେବାରୁ ବେକରେ ଶାଢ଼ୀ ଲଗାଇ ଜଣେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଶ୍ୱଶୁର ଘର ଲୋକେ ଝିଅକୁ ମାରିଦିଆଯାଇଛି ବୋଲି ବାପା  ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି  । ଏନେଇ ନୀଳଗିରି ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ପୁଲିସ ସ୍ୱାମୀକୁ ଥାନାରେ ଅଟକ ରଖିଥିବା ବେଳେ ଆସନ୍ତା କାଲି ବ୍ୟବଚ୍ଛେଦ ହେବା ସହିତ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଉପରୁ ପରଦା ହଟିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି  । 
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ବଣିଆଗାଁ ଗ୍ରାମର  ସ୍ୱାମୀ ଅଜୟ ସିଂଙ୍କ ସ୍ତ୍ରୀ ଲକ୍ଷ୍ମୀ ସିଂ, ଗତ ଶିବରାତ୍ରିରେ ମନ୍ଦିରକୁ ବୁଲାଇବାକୁ ନେବା ପାଇଁ ଜିଦ ଧରି ଥିଲେ । ସ୍ୱାମୀ ଏଥିରେ ଅରାଜି ହେବାରୁ ଘର ଭିତରେ ଏକ ଲୁହା ପାଇପରେ  ବେକରେ ଶାଢ଼ୀ ଲଗାଇ ଝୁଲି ପଡ଼ିଥିଲେ । ଶିବରାତ୍ରି ପରଦିନ ସକାଳେ ନୀଳଗିରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସ୍ୱାମୀକୁ ଗିରଫ କରି ନୀଳଗିରି ଥାନାକୁ ଆଣିଥିଲେ ।  ନୀଳଗିରି ଥାନାରେ ବ୍ୟବଚ୍ଛେଦ ହୋଇ ନପାରି ଆସନ୍ତା ଶୁକ୍ରବାର ଦିନ ହେବ ବୋଲି ଆଓ ତଥା ଆଇଆଇସି ଗୋବର୍ଦ୍ଧନ ନାୟକ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ବାଲେଶ୍ୱର ସାଇଣ୍ଟିଫିକ ଟିମ, ମାଜିଷଷ୍ଟ୍ରେଟ ଭାବେ ନୀଳଗିରି ଅତିରିକ୍ତ ତହସିଲଦାର, ସନ୍ଧନୀ କୁକୁର