ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଅନ୍ତା : ସରକଣା ପଞ୍ଚାୟତ ସରକାରୀ କଲ୍ୟାଣ ମଣ୍ଡପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଉନ୍ନୟନ ଅଧିକାରୀ ସୁଶ୍ରୀ କସ୍ତୁରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀରେ ଜିଲ୍ଲାପାଳ ଚଞ୍ଚଳ ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚାୟତବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ ।
ଏଥିରେ ମୋଟ ୧୪୧ଟି ଅଭିଯୋଗ ଶୁଣିଥିଲେ । ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ୪୧, ସୁଭଦ୍ରା ଯୋଜନା ୪, ସ୍ୱଚ୍ଛଭାରତ ଅଭିଯାନ ୩, ରାସନ କାର୍ଡ ୬, ସ୍ୱୟଂସହାୟକ ଗୋଷ୍ଠୀ ୨, ବିଦୁ୍ୟତ ୧, ମଧୁବାବୁ ପେନସନ ଯୋଜନାରେ ୨୫ ଆଦି ଅଭିଯୋଗ ଶୁଣିଥିଲେ । ଅଭିଯୋଗ ବିଷୟରେ ତଦନ୍ତ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଏହି ଜନଶୁଣାଣୀରେ ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ସମନ୍ୱିତ ଶିଶୁ ବିକାଶ ଆଦି ବିଭିନ୍ନ ବିଭାଗର ମୋଟ ୯ ଟି ଷ୍ଟଲ ଖୋଲାଯାଇଥିଲା । ଏହିସବୁ ଷ୍ଟଲକୁ ଜିଲ୍ଲାପାଳ ବୁଲି ଦେଖିଥିଲେ । ବିଶେଷକରି ସ୍ୱାସ୍ଥ୍ୟବିଭାଗ ଷ୍ଟଲରେ ମୋଟ ୧୨୫ ଜଣ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଫୋଟୋ ଏବଂ ଭିଡିଓ ଖୋର୍ଦ୍ଧାକୁ ପଠାଯାଇଥିଲା । ସେହିପରି ସ୍ୱାସ୍ଥ୍ୟବିଭାଗର ବିଭିନ୍ନ ରୋଗର ପ୍ରତିକାର ଏବଂ ନିରାକରଣ ଆଦି ବିଷୟରେ ବ୍ୟାନର ଲଗାଯାଇ ଲୋକଙ୍କୁ ସଚେତନତା କରାଯାଇଥିଲା । ଜିଲ୍ଲାପାଳଙ୍କ ଜନଶୁଣାଣୀରେ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ ବିଷ୍ଣୁପ୍ରିୟା ସାହୁ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବିଭୁତି ଭୂଷଣ ମହାପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।