ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ବୁହା ହେଲେ ଗର୍ଭବତୀ
ଝରିଗାଁ: ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚô ପାରିଲାନାହିଁ ଆମ୍ବୁଲାନ୍ସ ନା ଗାଡି । ଗାଁକୁ ଗାଡି ପହଞ୍ଚô ନ ପାରିବାରୁ ଗର୍ଭବତୀ ଦୀର୍ଘ ୪ କିଲୋମିଟର ଖଟିଆରେ ବୁହା ହୋଇ କାର ନିକଟରେ ପହଞ୍ଚôଥିଲେ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକୋଳାପଦର ପଞ୍ଚାୟତର ସର୍ଗୀପାନୀ ଗାଁରେ ।
ସର୍ଗୀପାନୀ ଗାଁର ଅଭି ସାନ୍ତାଙ୍କ ସ୍ତ୍ରୀ ପୁଲକସାନ୍ତାଙ୍କୁ ଗତକାଲି ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଗାଁ ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ୨ ଦୁଇ ଘଣ୍ଟା ଅପେକ୍ଷା କଲା ପରେ ମଧ୍ୟ ଆମ୍ବୁଲାନ୍ସ ନ ପହଂଚିବାରୁ ମେଡିକାଲ ନେବା ପାଇଁ ଏକ କାର ଯୋଗାଡ଼ କରିଥିଲେ । କାରଟି ସର୍ଗିପାଣି ଗାଁ ଠାରୁ ୪ କିଲୋମିଟର ଦୂର ଫୁଲଝରି ଗାଁ ନିକଟରେ ଅଟକି ରହିଥିଲା । ପରେ ପରିବାର ଲୋକ ଏବଂ ଗ୍ରାମବାସୀ ଚାରି କିଲୋମିଟର ଖଟିଆରେ ବୋହି ପୁଲଝରୀ ଗ୍ରାମ ନିକଟରେ ପହଞ୍ଚôଥିଲେ ଏବଂ ସେହିଠାରୁ କାର୍ ଯୋଗେ ଝରିଗାଁ ମେଡିକାଲରେ ପହଞ୍ଚାଇଥିଲେ । ଗର୍ଭବତୀଙ୍କ ପ୍ରସୂତୀ ହେବା ଦିନ ବଢ଼ି ଯାଇଥିବାରୁ ଗର୍ଭବତୀଙ୍କୁ ଉମରକୋଟ ଉପଖଣ୍ଡ ଚିକିସôାଳୟ ରେଫର କରାଯାଇଥିଲା । ତେବେ ଗର୍ଭବତୀ ଏକ ଶିଶୁକନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ମା’ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ଝରିଗାଁ ବ୍ଲକରେ ଏବେ ମଧ୍ୟ ଅନେକ ଗାଁକୁ ରାସ୍ତା ସଂଯୋଗ ହୋଇ ନଥିବା ବେଳେ ଅନେକ ଗାଁକୁ ଭଲ ରାସ୍ତା ନାହିଁ । ଯାହାଫଳରେ ଗାଁକୁ କୌଣସି ଯାନ ପହଞ୍ଚôପାରୁନଥିବାରୁ ଏଭଳି ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି ।