ସ୍ମାର୍ଟ କୃଷିଜୀବୀ ମହିଳା ଭାବେ ରାଜଶ୍ରୀ ସମ୍ବର୍ଦ୍ଧିତ


ାା ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା
ସ୍ମାର୍ଟ କୃଷିଜୀବୀ ମହିଳା ଭାବେ ବେଗୁନିଆ ବ୍ଲକ କୋଲୁହାପାଟଣା ଗ୍ରାମର ବିରଜା ପ୍ରଶାଦ ପଣ୍ଡା ପନôୀ ରାଜଶ୍ରୀ ପଣ୍ଡାଙ୍କୁ ସ୍ମାର୍ଟ କୃଷିଜୀବୀ ମହିଳା ଭାବେ ସମ୍ବର୍ଦ୍ଧିତ କରିଛନ୍ତି  ରାଜ୍ୟପାଳ ହରିବାବୁ କମ୍ଭମପାଟି  । ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୬୪ ତମ ପ୍ରତିଷ୍ଠା ଉସôବ ଅବସରରେ ରାଜଶ୍ରୀଙ୍କୁ ଏହି ସମ୍ମାନ ମିଳିଛି  । ରାଜଶ୍ରୀ ନିଜ ଘରେ ଓ କ୍ଷେତରେ ଉନ୍ନତ ଜ୍ଞାନ କୌଶଳକୁ ଉପଯୋଗ କରି ଜୈବିକ ପଦ୍ଧତିରେ ମହୁ, ଛତୁ, ମାଛ, ହଳଦୀ, ଆମ୍ବ ଭଳି ଅନେକ ଚାଷ କରି ସଫଳତା ପାଇଛନ୍ତି  । ଜଣେ ଅଗ୍ରଣୀ ମହିଳା ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ରାଜଶ୍ରୀ ପ୍ରେରଣା ପାଲଟିଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଓୟୁଏଟି କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।