ପୁଲିସ ବିରୋଧରେ ସଙ୍ଗୀନ୍ ଅଭିଯୋଗ : ଏତଲାକୁ କରୁନାହାନ୍ତି ରେଜିଷ୍ଟ୍ରେସନ୍

କପ୍ତିପଦା : ଅଭିଯୋଗକାରୀଙ୍କ ଏତଲା ବଦଳାଉଛି ପୁଲିସ । ଅଭିଯୋଗ ଲେଖି ଯାଇଥିବା ଅଭିଯୋଗକାରୀଙ୍କ ଏତଲା ବଦଳାଇ ନିଜ ହିସାବରେ ଏତଲା ଲେଖି କେସ୍କୁ ରଫାଦଫା କରୁଛି କପ୍ତିପଦା ପୁଲିସ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କପ୍ତିପଦା ଥାନା ଆଇଆଇସିଙ୍କ ବିରୋଧରେ । ଅଭିଯୋଗ ଅନୁଯାୟୀ, କପ୍ତିପଦା ଥାନା ଛୁଇଁପୋଷି ଗ୍ରାମର ସୁସ୍ମିତା ମାଲାକାରଙ୍କ ଉପରେ ପଡୋଶୀ ମରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଯାହାକୁ ଆଧାର କରି ଗତ ଶନିବାର ରାତିରେ ଆକ୍ରମଣରେ ଗୁରୁତର ସୁସ୍ମିତା କପ୍ତିପଦା ଥାନାରେ ପହଞ୍ଚô ଏତଲା ଦେଇଥିଲେ । ସେ ଦିନ ରାତିରେ ଅଭିଯୋଗ ଦେଇ ଆସିବା ପରେ ତହିଁ ପରଦିନ ପୁଲିସ ତଦନ୍ତ ପାଇଁ ଗାଁକୁ ଆସିବା ପରେ ରାତିରେ ପୁଣି ଅଭିଯୋଗକାରୀ ଥାନାକୁ ଯାଇଥିଲେ । ହେଲେ କପ୍ତିପଦା ଆଇଆଇସି କେସ୍ ରେଜିଷ୍ଟ୍ରେସନ କରିବା ପରିବର୍ତ୍ତେ ଅଭିଯୋଗ କପି ବଦଳାଇ ଦେଇଥିଲେ । ପୁରୁଣା ଅଭିଯୋଗକୁ ବାଦ ଦେଇ ଆଇଆଇସି ନିଜେ ଡାକି ଏକ ନୂଆ ଏତଲା ନିଜକୁ ସୁହାଇଲା ଭଳି ଲେଖାଇଥିଲେ । ଯେଉଁଥିରେ ଅଭିଯୋଗକାରୀଙ୍କ ସହିତ ଘଟିଥିବା ଘଟଣାକୁ ବାଦ ଦେଇ ଅନେକ ମିଛ କଥା ଲେଖାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ସୁସ୍ମିତା । ହେଲେ କେସ୍ ରେଜିଷ୍ଟ୍ରସନ କଲେ ନାହିଁ । ଗତକାଲି ପୁଣି ଦିନରେ ଏବଂ ସନ୍ଧ୍ୟାରେ ଅଭିଯୋଗକାରୀ ନିଜ ସ୍ୱାମୀ ସହିତ ଥାନାକୁ ଯାଇଥିବାବେଳେ ଅନ୍ୟ ଜଣେ ଏଏସ୍ଆଇ ଅଭିଯୋଗକାରୀଙ୍କୁ ଘଣ୍ଟା ଘଣ୍ଟା ଥାନାରେ ବସାଇ ରଖିବା ପରେ ଆଜି କିଛି କରିହେବ ନାହିଁ ଏବଂ ଅନ୍ୟ ପକ୍ଷରୁ ଅଭିଯୋଗ ପଡିଛି । ତେଣୁ ଗିରଫ କରି କୋର୍ଟଚାଲାଣ କରିବେ ଓଲଟା ସୁସ୍ମିତାଙ୍କୁ କହିଥିଲେ । ଏଠି ପ୍ରଶ୍ନ ଉଠୁଛି ଥାନାରେ ଅଭିଯୋଗ କରିବାର ୩ ଦିନ ପରେ ମଧ୍ୟ କାହିଁକି ପୁଲିସ୍ କେସ୍କୁ ରେଜିଷ୍ଟ୍ରେ୍ରସନ କରୁନାହିଁ । ଯେଉଁଥିପାଇଁ ଥାନା ଉପରୁ  ଭରସା ତୁଟାଇ ନ୍ୟାୟ ଅପେକ୍ଷାରେ ରହିଛନ୍ତି ମହିଳା ।