ସଫଳ କ୍ରୀଡାବିତ୍ଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ କହରାପୋଖରୀ ସ୍ଥିତ ଆଜାଦ ୟୁଥ୍ କ୍ଳବ୍ ପକ୍ଷରୁ ସଫଳ କ୍ରୀଡାବିତ୍ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କ୍ଲବ ସଭାପତି ବିରଞ୍ଚିନାରାୟଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ରୀଡ଼ା ସଂଗଠକ ଲାଲା ରଶ୍ମିରଞ୍ଜନ ରାୟ, କ୍ରୀଡାବିତ୍ କ୍ଷୀରୋଦ କୁମାର ବେହେରା, କ୍ରୀଡା ପ୍ରଶିକ୍ଷକ ଏସକେ ଗୋଲାପ, ଶିକ୍ଷକ ଦୁଲାରାମ ସୋରେନ୍ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ବିଷୟରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ହ୍ୟାଣ୍ଡ ବଲ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ୨୨ ଜଣ ଖେଳାଳିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଂପାଦକ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପର୍ଶୁରାମ ପାତ୍ର, ମହେଶ୍ୱର ବେହେରା, ସତ୍ୟରଞ୍ଜନ ସ୍ୱାଇଁ, ରଘୁନାଥ ସ୍ୱାଇଁ, କୃଷ୍ଣଚନ୍ଦ୍ର ପାତ୍ର, ଭରତ ଚରଣ ନାୟକ, କାହ୍ନୁଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।