ବରିଷ୍ଠ ନାଗରିକ ମଞ୍ଚର ପୂଜ୍ୟପୂଜା କାର୍ଯ୍ୟକ୍ରମ : ସେବା ମନୋବୃତ୍ତି ପାଇଁ ସାମ୍ବାଦିକ ଓ ସାମାଜିକ ସଂଗଠନ ସମ୍ବର୍ଦ୍ଧିତ
ଖଇରା: ପବିତ୍ର ଉକ୍ରଳ ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ଖଇରା ବ୍ଲକରେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରୁଥିବା ୧୬ ସାମାଜିକ ସଂଗଠନ ଓ ୨୭ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତ କୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଖଇରା ଥାନା ଆଇଆଇସି ସୁଚନ୍ଦ୍ର ମହାଳିକ, ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ପ୍ରଭାକର ମିଶ୍ର, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ପତ୍ରୀ, ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ଖିଲାର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ରଘୁନାଥ ପତ୍ରୀ ଅତିଥି ପରିଚୟ, ସନ୍ତୋଷ ଶତପଥୀ ସ୍ୱାଗତ ଭାଷଣ ଓ ବୁଦ୍ଧିରାମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନାମ ଚରଣ ପଣ୍ଡା, ନାରାୟଣ ପ୍ରସାଦ ପେଡା,ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଅଗ୍ରଣୀ ସାମାଜିକ ସଙ୍ଗଠନ ପ୍ରତିଭା ପରିବାର, ଖଇରା ସାହିତ୍ୟ ସଂସଦ, ଜନଜାଗରଣ ମଞ୍ଚ, ଜନହିତ ଯୁବକ ସଂଘ, ଆୟୁଷ୍ମାନ ଫାଉଣ୍ଡେସନ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଗଣ୍ଡିବେଡ ଆଞ୍ଚଳିକ ଉନ୍ନୟନ ପରିଷଦ, ଗଡଚଣ୍ଡି ସାଂସ୍କୃତିକ ପରିଷଦ, ପତିରାଜପୁର ମେଳା କମିଟି ସମେତ ସମସ୍ତ ସଂଗଠନର ସଭାପତି ଓ ସମ୍ପାଦକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।