ନେହରୁ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
ପାରାଦୀପ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ୧୩୫ତମ ପୂଣ୍ୟତିଥି ଅବସରରେ ପଣ୍ଡିତ୍ ଜବାହାରଲାଲ୍ ନେହେରୁ ଟ୍ରଷ୍ଟ, ପାରାଦୀପ୍ ଦ୍ୱାରା ସ୍ଥାନୀୟ ମଧୁବନସ୍ଥିତ ଶ୍ରମିକ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉଦ୍ଘାଟନ କରିଥିଲେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ । ପାରାଦୀପ୍ ପୋର୍ଟ ଅଥରିଟିର ଡିଟିଏମ୍ ତଥା ସୁପ୍ରସିଦ୍ଧ ନାଟ୍ୟ ନିଦେ୍ର୍ଦଶକ ଶ୍ରୀମନ୍ ନାରାୟଣ ମିଶ୍ର, ଅଠରବାଙ୍କି ସରକାରୀ ଚିକିସôାଳୟର ହୋମିଓପାଥିକ୍ ଚିକିସôକ ଡା. ଆସିଫ୍, ସାରସ୍ୱତଃ ସାଧିକା ହାରାମଣୀ ମହାପାତ୍ର, ନେହେରୁ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଠା କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ ଓ ସାମ୍ବାଦିକ ଧୃବଚରଣ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଶିବିରକୁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍, ତିର୍ତ୍ତୋଲର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ମଲ୍ଲିକ୍, ପୋର୍ଟ ଅଥରିଟିର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର୍ ସୁଶାନ୍ତ ସେଠୀ, ଏକ୍ଜିକୁ୍ୟଟିଭ ଇଞ୍ଜିନିୟର୍ ଗଙ୍ଗାଧର ସେଠୀ ଓ ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ରକ୍ତଦାନ ଶିବିରରେ ଟ୍ରଷ୍ଟର ଅଧ୍ୟକ୍ଷ ସରୋଜ ପ୍ରଧାନ, ବିଜୟ ସେଠୀ, କୃପାସିନ୍ଧୁ ଦାସ, ଚନ୍ଦ୍ରଶେଖର ମହାପାତ୍ର, ବିନୋଦ ପ୍ରଧାନ, ପ୍ରେମଲତା ବାରିକ୍, ବିନତୀ ପଢିଆରୀ, ସଂଘମିତ୍ରା ସ୍ୱାଇଁ, ଧରିତ୍ରୀ ଶାମଲ, ମମତା ଜେନା, ପୁଷ୍ପଲତା ଦାସ୍ ଉପସ୍ଥିତଥିଲେ । ଟ୍ରଷ୍ଟ ତରଫରୁ ୨୧୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।