ଚାକିରି ଆଳରେ ଗଣକୁକର୍ମ ! ୬ ଯୁବକ ଗଣକୁକର୍ମ କରିଥିବା ଅଭିଯୋଗ


ାା ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗରାଜ କର ।ା
ଚାକିରୀ କରାଇବାକୁ କହି ଡାକି ଆଣିଲେ  । ୮୦ କିଲୋମିଟର ଦୂର ଆଣି ଗାଡି ଭିତରେ ରାଜରାସ୍ତା କଡରେ କରିଲେ ଗଣଦୁଷ୍କର୍ମ  । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ସୁଦୂର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଘରୁ ଏକ ଓମିନି ଗାଡ଼ିରେ ଦୁଇ ଜଣ ଡାକି ଆଣିଥିଲେ  । ପରେ ରାସ୍ତାରୁ ଆଉ ୩ ଜଣ ଉକ୍ତ ଗାଡ଼ିରେ ବସିଲେ । ବାଙ୍ଗିରିପୋଷିରୁ ୮୦ କିଲୋମିଟର ଦୂର ଉଦଳା ଆଣି ରାସ୍ତା କଡରେ ଗାଡି ଛିଡା କରି ଗାଡି ଭିତରେ ୬ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।
ଉଦଳା - ବାଲେଶ୍ୱର ରାଜ୍ୟ ରାଜପଥ କଡରେ ଗାଡି ଭିତରେ ଘଟିଲା ଏଭଳି ସାଙ୍ଘାତିକ ଅପରାଧ  । ଗଣ ଦୁଷ୍କର୍ମକାରୀମାନେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସମୟରେ ସେ ଚିକôାର କରିବାରୁ ଭୟରେ ଯୁବକମାନେ ଗାଡି ବାହାରକୁ ଯୁବତୀଙ୍କୁ ଠେଲି ଦେଇ ଘଟଣାସ୍ଥଳରୁ ଓମିନି ନେଇ ଫେରାର ହୋଇଯାଇଥିଲେ  । ପରେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ନିଜ ଘରକୁ ଯାଇ ସବୁ ଘଟଣା ବୟାନ କରିବା ପରେ ଆଜି ଏନେଇ ଥାନାରେ ଅଭିଯୋଗ ହୋଇଛି  ।
ଏଭଳି ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି  । ଅପରପକ୍ଷରେ ମୟୂରଭଞ୍ଜ ଏସପି ଏନେଇ ସୂଚନା ଦେବା ସହ ତଦନ୍ତ ଜୋରଦାର କରାଯାଉଛି ବୋଲି କହିଛନ୍ତି  । ସେହିପରି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି  । କେଉଁ ପରିପ୍ରେକ୍ଷୀରେ କିଏ ସେ ଝିଅଙ୍କୁ ଡାକି ଆଣିଲେ ? ପୂର୍ବରୁ ଗଣକୁକର୍ମ କରିଥିବା ନେଇ ଯୋଜନା ହୋଇଥିଲା ନା ନାହିଁ ? ସେନେଇ ତଦନ୍ତ କରାଯିବା ସହ ଫେରାର ଅଭିଯୁକ୍ତଙ୍କୁ ଟ୍ରାକ୍ କରିବା ପାଇଁ ପୁଲିସ୍ ଉଦ୍ୟମ ଆରମ୍ଭ କରିଦେଇଛି  । ଅଟକ ୨ ଜଣଙ୍କ ସୂଚନା ଆଧାରରେ ପୁଲିସ୍ ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି  ।