ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ 

 ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ସିଧା ପ୍ରସାରଣ ମାଧ୍ୟମରେ  କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରକ୍ଷୟଗଡ଼ ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ   ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କାା ୩୫୦୦/-  ବଣ୍ଟନ କରିଛନ୍ତି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶାଙ୍କ ନିଦେ୍ର୍ଦଶ କ୍ରମେ ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ  ଓ ପ୍ରତ୍ୟେକ ଗ୍ରାମଞ୍ଚÿାୟତ କାର୍ଯ୍ୟାଳୟରେ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଛି  । ବର୍ଦ୍ଧିତ ଭତ୍ତା ମଧ୍ୟରେ ମଧୁବାବୁ ପେନସନ ଯୋଜନାରେ ରାୟଗଡ ଜିଲ୍ଲାରୁ ୮୦ବର୍ଷରୁ ଉର୍ଦ୍ଧ ୫୦୪୪ ଜଣ ଏବଂ ୮୦%ରୁ ଉର୍ଦ୍ଧ ଦିବ୍ୟାଙ୍ଗ ୧୦୧୪ ଜଣକୁ ମିଶାଇ ଜିଲ୍ଲାରେ ସର୍ବ ମୋଟ ୬୦୫୮ ଜଣକୁ ପାଇବାକୁ ଥିବା ବେଳେ ଆଜି ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ୪୫୪ଜଣକୁ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ୨୫୭ଜଣକୁ ଜିଲ୍ଲାରେ ବର୍ଦ୍ଧିତ ହାରରେ ଟ ୩୫୦୦/-ଙ୍କା ଲେଖାଏଁ ଭତ୍ତା ପ୍ରଦାନ ଦିଆଯାଇଛି । ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଉପ ନିଦେ୍ର୍ଦଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କକ୍ଷଳିରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରଞ୍ଜିତା ବେହେରା ଆଦି ଯୋଗଦାନକରି ସରକାରଙ୍କ ଉଦେ୍ଦଶ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ କ୍ଷ ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଗୁଣୁପୁର ଉପଜିଲ୍ଲାପାଳ, ସୁଶ୍ରୀ କିରଣଦୀପ କୌର ସହୋଟା,ଗୁଣପୁର ବ୍ଳକ ଓ ଗୁଣୁପୁର ପୌର ପରିଷଦରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବା ବେଳେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ ମୁନିଗୁଡା ବ୍ଲକରେ ବଣ୍ଟନ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜÿିଲ୍ଲାପରିଷଦ,ଅକ୍ଷୟ କୁମାର ଖେମୁଣ୍ଡୁ ପଦ୍ମପୁର ବ୍ଲକରେ, ଉପଜିଲ୍ଲାପାଳ ରାୟଗଡ, କଲ୍ୟାଣୀ ସଂଘମିତ୍ରା ଦେବୀ କାଶୀପୁର ବ୍ଲକରେ,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ, ଗୁଣୁପୁର ଚନ୍ଦ୍ରପୁର ବ୍ଲକରେ, ପିଏ ଆଇଟିଡ଼ିଏ ରକ୍ଷୟଗଡ଼, ଗୁଡ଼ାରୀ ବ୍ଲକ ଓ ଗୁଡ଼ାରୀ ପୌର ପରିଷଦରେ,ଜିଲ୍ଲା ସାମାଜିକ ସୁରକ୍ଷକ୍ଷ ତଥା ଭିନ୍ନକ୍ଷମ  ସଶକ୍ତିକରଣ  ଅଧିକାରୀ  ପୁଷ୍ପଲତା ଦୀକ୍ଷିତ ବିଷମ କଟକ ବ୍ଲକରେ, କଲନରା ବ୍ଲକରେ ବିଡ଼ିଓ ରୀନା ପ୍ରଧାନ, ଉପାଧ୍ୟକ୍ଷ ହଳଧର ହିମିରିକା,ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ  ଅଧିକାରୀ ରାୟଗଡ, ଶ୍ରୀକାନ୍ତ ପାଣିଗ୍ରାହୀ ଓ ଗୁଣୁପୁର ଏଲ ସନ୍ତୋଷ କୁମାର ଯଥାକ୍ରମେ କଲ୍ୟାଣ ସିଂପୁର ଓ ରାମନାଗୁଡ଼ା ବ୍ଲକରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ ।