କଂଗ୍ରେସର କର୍ମୀ ସମ୍ମିଳନୀ
ରାଜକନିକା: ଗତ ସାଧାରଣ ନିର୍ବାଚନ ପରେ ରାଜକନିକା ବ୍ଲକ୍ରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ରାଜବାଟି ମେଲଣ ପଡିଆରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ବିଧାନ ସଭା ପ୍ରାର୍ଥୀନୀ ଡାକ୍ତର ଦେବସ୍ମିତା ଶର୍ମା, ୨୭ ନଂ ଜୋନ୍ ସଭାପତି ଅଜୟ ଦାସ, ବରିଷ୍ଠ କଂଗ୍ରେସ ନେତା ଦୁର୍ଯ୍ୟଧନ ମହାନ୍ତି, ଶରତ ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ମୁରଲୀଧର ନାୟକ, ରଞ୍ଜନ ସେଠୀ, ସତ୍ୟବ୍ରତ ପରିଡ଼ା ଓ ପ୍ରମୋଦ ପତି ପ୍ରମୁଖ ଯୋଗଦେଇ ଥିଲେ । ବ୍ଲକ୍ର ସମସ୍ତ ୨୯ ପଞ୍ଚାୟତ ସଭାପତି ଓ ଆଗଧାଡିର କର୍ମୀ ମାନେ ଯୋଗଦେଇ ସଂଗଠନ ସୁଦୃଢ କରିବାକୁ ପ୍ରତିଜ୍ଞା କରିଥିଲେ । ଏହି ସମ୍ମିଳନୀରେ କନିକାର ୩ ସାହସୀ ଯୁବଜ ସୁଶାନ୍ତ ମାଝୀ, ଉମେଶ ମାଝୀ, ସତ୍ୟବ୍ରତ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।