ପୌର ପରିଷଦର ସାଧାରଣ ବୈଠକ
କେନ୍ଦ୍ରାପଡା : କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ସାଂସଦଙ୍କ ପ୍ରତିନିଧି ଦୁର୍ଯେ୍ୟାଧନ ସାହୁଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ବୈଠକ ପାଇଁ ଅନୁମୋଦିତ ଏଜେଣ୍ଡା ଅନୁଯାୟୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୌର ପରିଷଦର ନୂତନ କାର୍ଯ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ଏହାକୁ ତୁରନ୍ତ ଆରମ୍ଭ କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହା ସହ ଗୋପ ସ୍ଥିତ ତୁଳସୀ ମହିଳା ମହିଳା କଲେଜ ନିକଟରେ ବଳଦେବଜୀଉ ପାଠାଗାର ନିର୍ମାଣ ପାଇଁ ଯାଗା ଚିହ୍ନଟ, ସହରର ପରିମଳ ବ୍ୟବସ୍ଥା ଏବଂ ବର୍ଷାଋତୁ ଚାଲି ଥିବାରୁ ଡ୍ରେନେଜ୍ ବ୍ୟବସ୍ଥାକୁ ସଜାଡିବା ସହ ଜଳ ଅବରୁଦ୍ଧକୁ ନିଷ୍କାସନ ପାଇଁ ଗୁରୁତ୍ୱ ଦିଆଯାଇଛି । ସେହିଭଳି ନୂଆ ବସଷ୍ଟାଣ୍ଡ ଠାରେ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ବିଲଡିଂର ବିଦୁ୍ୟତିକରଣ ସଂପୂର୍ଣ୍ଣ କରି ଏହାକୁ ଉଦ୍ଘାଟନ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଛି । ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ସହାୟତା ପାଣ୍ଠିରୁ କିଣା ଯାଇଥିବା ସ୍ୱର୍ଗରଥ (ଶବ ବାହାନ)ର କାର୍ଯ୍ୟକାରିତା ଓ ପରିଚାଳନା ସମ୍ବନ୍ଧରେ ନିଷ୍ପତି ନିଆଯାଇଛି । ଜନ ସାଧାରଣଙ୍କ ବ୍ୟବହାର ପାଇଁ ପୌରାଂଚଳ ମଧ୍ୟରେ ୪ଟି ମଣ୍ଡପ (ବହୁମୁଖୀ ଗୃହ) ନିର୍ମାଣ ମଧ୍ୟରୁ ଗୋଟିଏ ୫ନଂ ୱାର୍ଡରେ ନିର୍ମାଣ ଚାଲିଥିବା ବେଳେ, ଅନ୍ୟ ୩ଟି ଗୃହ ପାଇଁ ଯାଗା ଚିହ୍ନଟ କରିବା ବିଷୟରେ ତର୍ଜମା କରାଯାଇଥିଲା । ବୈଠକରେ ପୋରାଂଚଳ ମଧ୍ୟରେ ପୌରାଂଚଳ ମଧ୍ୟରେ ପରିମଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭିନ୍ନ ୱାର୍ଡର ପୌର ସଭ୍ୟମାନେ ଗୁରୁତ୍ୱାରୋପ କରିଥିଲେ ।