ଧ୍ରୁବ ରାଉତରାୟଙ୍କ ପରଲୋକ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ବଡକୂଳ ଗ୍ରାମର ଆଇନଜୀବୀ ତଥା ରାଜନେତା ଧ୍ରୁବ ରାଉତରାୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିସôାଧୀନ ଥିଲେ । ସ୍ୱର୍ଗତ ରାଉତରାୟ ଜଣେ ଆଇନଜୀବୀ ଭାବେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ, ୧୯୭୧ ମସିହାରେ ରାଜନଗର, ମହାକାଳପଡା ନିର୍ବାଚନ ମଣ୍ଡଳୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ହାରି ଥିଲେ । ତାଙ୍କ ପରଲୋକ ଖବରପାଇ ପୂର୍ବତନ ବିଧାୟକ ଶଶି ଭୂଷଣ ବେହେରା, ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି, ପୂର୍ବତନ ବିଧାୟକ ପଦ୍ମ ଚରଣ ନାୟକ, କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଧ୍ରୁବ ଚରଣ ଜେନା, ବସନ୍ତ ସେଠୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ଥିବାବେଳେ, ପୁଅ, ପୁତୁରା, ଝିଅ, ଜ୍ୱାଇଁ ପ୍ରମୁଖ ପରିବାର ଲୋକ ଉପସ୍ଥିତ ଥିଲେ ।