ଇଜ୍ତମା ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର ଓ ବିଡିଓ 

 କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତତର୍ଗତ ଚଉଦକୁଲାଟରେ ଫ୍ରେବୃଆରୀରେ ହେବାକୁ ଥିବା ଇଜ୍ତମା ଅଞ୍ଚଳ କେନ୍ଦ୍ରାପଡା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ସଭାସ୍ଥଳକୁ ରାସ୍ତା ସଂଯୋଗ କରିବା ପାଇଁ ବିଡିଓ ଶ୍ରୀମତୀ ଖଟୁଆ ସ୍ଥାନୀୟ ସରପଞ୍ଚ ରମାକାନ୍ତ ମଲିକଙ୍କ ସହିତ ଆଲୋଚନା କରିଛନ୍ତି । ତହସିଲଦାର ଶ୍ରୀ ଦେହୁରୀ ଜମିର ସ୍ଥିତି ଓ ଗ୍ରାମୀଣ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ନବ କିଶୋର ଦାସ ପାନୀୟ ଜଳ ଯୋଗାଣ ପାଇପ କିଭଳି ସେଠାକୁ ସଂଯୋଗ ହୋଇପାରିବ ସେ ବ୍ୟବସ୍ଥା କରିଥିଲେ । ଭାରପ୍ରାପ୍ତ ଅଗ୍ନି ସୁରକ୍ଷା ଅଧିକାରୀ ଏ ଗୌରବ ଅଗ୍ନି ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଇଜ୍ତମା କମିଟିର ସଭାପତି ମହମ୍ମଦ ଅବତାଭ, ସେକ ନିଶାର, ମହମ୍ମଦ ଇମାଦୁଲ୍ଲା, ସେକ ଓସିମ୍, ଫଜଲେ ଏଲାହି, ଅବଦୁଲ ରହିମ, ସେକ୍ ଅବତାଭ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।