ଆନ୍ତର୍ଜାତିକ ସମବାୟ ଦିବସ ପାଳିତ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ସମୂହ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଆନ୍ତର୍ଜାତିକ ସମବାୟ ଦିବସ-୨୦୨୫ ଏକକ କର୍ମଶାଳା ଅନୁଷ୍ଠିତ ହୋଇଛି । ଉକ୍ତ କର୍ମଶାଳାରେ ଜିଲ୍ଲା ପଶୁ ଚିକିସôା ଅଧିକାରୀ ଡ. ପ୍ରଭଞ୍ଜନ କବି, ସହକାରୀ ମତ୍ସ୍ୟଧିକାରୀ ମୋନାଲିସା ମଣ୍ଡଳ, ଦୁର୍ଗା ମାଧବ ନନ୍ଦ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଜୈବିକ ସାରର ଉପକାରିତା ଓ ପ୍ରୟୋଗ ସମ୍ବନ୍ଧରେ ପ୍ରାଥମିକ କୃଷି ସମବାୟ ସମିତିର କୃଷି ସମ୍ପାଦକଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଉପନିବନ୍ଧକ ପ୍ରଭାକର ନାୟକ, ସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ଓ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ରହି ସମବାୟର ସୁଦୂର ପ୍ରଚାର ପ୍ରସାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଜୟ ରାଞ୍ଜନ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ।