ବଢୁଛି ନାରୀ ନିର୍ଯାତନା : ୨୭ରେ ବିଧାନସଭା ଘେରିବ କଂଗ୍ରେସ
ଆସିକା: ଗଞ୍ଜାମ ଜିଲ୍ଲା (ପଶ୍ଚିମ )ଆସିକା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା (ପଶ୍ଚିମ ) ସଭାପତି ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମାଙ୍କ ଅଧକ୍ଷତା ଗଞ୍ଜାମ ଜିଲ୍ଲା କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ଗଞ୍ଜାମ ପର୍ଯ୍ୟବେକ୍ଷକ ବିଜୟ ପ୍ରଧାନ,ଆସିକା ଏମ ପି ପ୍ରାଥୀ ଯୁବ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ସଂଯୋଜନା ରେ ଭଞ୍ଜନଗର ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର ବିଶୋଇ, ପୋଲସରା ବିଧାୟକ ପ୍ରାଥୀ ଅନନ୍ତ ବରାଡ଼, ହିଞ୍ଜିଳି କାଟୁ ବିଧାୟକ ପ୍ରାଥୀ ରଜନୀ କାନ୍ତ ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାଥୀ ସଂଜୟ ମଣ୍ଡଳ, ଖଲିକୋଟ ବିଧାୟକ ପ୍ରାଥୀ ଚିତ୍ରସେନ ବେହେରା, ସୋରଡ଼ା ବିଧାୟକ ପ୍ରାଥୀହରି କୃଷ୍ଣ ରଥ, ସୂଦୀପ୍ତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ବିଗତ କିଛିଦିନ ଭିତରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ପାଶବିକ ଅତ୍ୟାଚାର ହୁହୁ ହୋଇ ବଢ଼ିଚାଲିଛି । ଗୋଟିଏ ପଟେ ଡବଲ ଇଞ୍ଜିନ ସରକାର ରାଜ୍ୟର ଦ୍ରୁତ ପ୍ରଗତୀର ସ୍ୱପ୍ନ ଦେଖାଉଥିଲା ବେଳେ ରାଜ୍ୟରେ ୫୦ ଭାଗ ଜନସାଧାରଣ ଯେଉଁମାନେକି ମହିଳା ସେମାନେ ଆଜି ଅତିମାତ୍ରାରେ ଅତ୍ୟାଚାରିତ ଓ ଉତ୍ପଡୀନର ଶିକାର ହେଉଛନ୍ତି । ଓଡ଼ିଶା ଆଜି ସାରା ଦେଶରେ ମହିଳା ଅତ୍ୟାଚାର କ୍ଷେତ୍ରରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ପ୍ରତି ଏକଲକ୍ଷ ମହିଳାଙ୍କ ମଧ୍ୟରେ ରାଜ୍ୟରେ ୧୧୨.୯ ଜଣ ମହିଳାଙ୍କୁ ବିଭିନ୍ନ ଉପାୟରେ ଅତ୍ୟାଚାରିତ ହେଉଛନ୍ତି । ଏଭଳି ସଂଗୀନ ଅପରାଧ ଘଟାଉଥବା ଅପରାଧିଙ୍କ ପ୍ରତି ରାଜ୍ୟ ସରକାର ଯେଉଁ କୋଠର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଫଳରେ ଅପରାଧୂମାନଙ୍କ ମନରେ ଭୟ ନାହିଁ,ଆଇନ ପ୍ରତି ସମ୍ମାନ ନାହିଁ । ଓଡ଼ିଶା ଆଜି ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସଂପୂର୍ଣ୍ଣରୂପେ ବିଫଳ ହୋଇଛି । ଏହା ପ୍ରତ୍ୟେକ ଓଡ଼ିଆ ପ୍ରତି ଘୋର ଅପମାନ ।
ଏହା ଆମ ଅସ୍ମିତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୦୮ ମାସର ନୂଆ ସରକାର ସମୟରେ ୫୪ଟି ଧର୍ଷଣ, ଗଣବଳାକ୍ର ଓ ହତ୍ୟା ଘଟଣା ବିଭିନ୍ନ ଥାନାରେ ପଞ୍ଜିକୃତ ହୋଇଛି । ରାଜ୍ୟରେ ୧୨.୯% ରେଟରେ ମହିଳାମାନଙ୍କ ପ୍ରତି ହେଉଥିବା ଧର୍ତବ୍ୟ ଅପରାଧ ଘଟୁଛି ଏହା ସବୁଠାରୁ ଚିନ୍ତାଜନକ କାରଣ । ରାଜ୍ୟରେ ହାଇସ୍କୁଲ ପରିକ୍ଷୀମାନେ ମାତୃତ୍ୱ ଲାଭ କରୁଛନ୍ତି । ଅପ୍ରାପ୍ତ ବୟସରେ ମାତୃତ୍ୱ ଲାଭ କରିବା ଆମ ସାମାଜିକ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ୮ ମାସ ମଧ୍ୟରେ ୧୬୦୦ ମହିଳାଙ୍କ ପ୍ରତି ବିଭିନ୍ନ ସଂଗୀନ ଅପରାଧଜନିତ ଘଟଣାରେ ଥାନାରେ କେସ ଦାୟର ହୋଇଛି । ଲକ୍ଷ୍ମୀପୁର, ଉନାଓ, ହାତରସ ଘଟଣା ସମ୍ପର୍କରେ କହିଛନ୍ତି । ରାଜ୍ୟରେ ଏଇ ବିଗତ ଦୁଇସପ୍ତାହ ମଧ୍ୟରେ ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ କନ୍ୟାଶ୍ରମର ଏକ ମ୍ୟାଟ୍ରିକ ପରିକ୍ଷାର୍ଥୀ ଛାତ୍ରୀ ଗର୍ଭବତି,ମାଲକାନଗିରି ଚିତ୍ରକୋଣ୍ଡାରେ ୧୦ମ ଶ୍ରେଣୀର ଛାତ୍ରୀ ମାତୃତ୍ୱ ଲାଭ ପାଇଲେ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଚମ୍ପୁଆରେ ଷଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଗର୍ଭବତୀ,ତେଲକୋଇ ଅଞ୍ଚଳର ଆଶ୍ରମ ସ୍କୁଲର ନବମଶ୍ରେଣୀର ଛାତ୍ରୀ ଗର୍ଭବତୀ । ମହାମହୀମ ରାଷ୍ଟ୍ରପତିଙ୍କ ନିଜ ଗ୍ରାମରେ ଜଣେ ଆଦିବାସୀ ନାବାଳିକାକୁ ଗଣ ଦୁଷ୍କମ ବିଷୟ କଂଗ୍ରେସ ଅଭିଯୋଗ କରିଛି । ବାଲେଶ୍ୱର ଜିଲ୍ଲାରେ ୧୦ ବର୍ଷର ଝିଅକୁ ଧର୍ଷଣ ଓ ହତ୍ୟା । ସୋର ଅଞ୍ଚÿଳର ମହିଳାଙ୍କୁ ଧର୍ଷଣ । ଜଳଶ୍ୱରର ୬୫ ବର୍ଷର ମହିଳାଙ୍କୁ ଧର୍ଷଣ ଓ ହତ୍ୟା ଉଦ୍ୟମ । ନିଳଗିରି ନିର୍ବାଚନ ମଣ୍ଡଳରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ହିନ୍ଦୁ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ । ଢେଙ୍କାନାଳ ଜିଲ୍ଲାର ବିବାହିତା ମହିଳାଙ୍କୁ ଗଣ ଦୁର୍ଷମ । ରାଉରକେଲାରେ ଆଦିବାସୀ ମହିଳାଙ୍କୁ ଦୀର୍ଘଦିନ ଧରି ଗଣଦୁର୍ଷମ । ବଲାଙ୍ଗିର ଜିଲ୍ଲାରେ ମହିଳାଙ୍କୁ ଦୁର୍ଷମ ଓ ଜୋରଜବରଦସ୍ତି ତାଙ୍କୁ ମଳ ଖୁଆଇ ଦିଆଗଲା ।
ଭଦ୍ରକ ଜିଲ୍ଲାର ବିଜେପି ଦଳର ମଣ୍ଡଳ ସଭାପତି ଓ ତାଙ୍କ ଦୁଇ ସହଯୋଗୀ ମହିଳାଙ୍କୁ ଗଣଧର୍ଷଣ କଲେ ଏବଂ ୭ ବର୍ଷର ଝିଅକୁ ହତ୍ୟା ମଧ୍ୟ କଲେ ।ରାଜ୍ୟରେ କୌଣସି ଏକ ଜିଲ୍ଲା ନାହିଁ ଯେଉଁଠାରେ ଏଭଳି ସଂଗୀନ ଅପରାଧ ଘଟୁନାହିଁ । ରାଜ୍ୟର ୮ ମାସର ସରକାର ଏ ସମସ୍ତ ଘଟଣାରେ ସଂପୂର୍ଣ ନିରବ କାହିଁକି ? ସୁଭଦ୍ରା ଯୋଜାନରେ ମହିଳାଙ୍କୁ ୫ ହଜାର ଟଙ୍କା ଦେଇ ସଶକ୍ତ କରୁଥିବାର କଥା କହୁଥିବା ଏହି ଡବଲ ଇଞ୍ଜିନ ସରକାର ରାଜ୍ୟରେ ସୁଭଦ୍ରାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଅଂକୁଶ ଲଗାଇବାପାଇଁ ଅସମର୍ଥ ଅଟେ । ଓଡ଼ିଶା ଆଜି ଏକ ସମ୍ପୂର୍ଣ ଅପରାଧ ରାଜ୍ୟ ରୂପେ ସାରା ଦେଶରେ ଏ ଅପବାଦର ଟିକା ପିନ୍ଧିଛି । ପ୍ରତିଦିନ ଅନୁ୍ୟନ ୭ ଜଣରୁ ଅଧିକ ମହିଳାଙ୍କପ୍ରତି ପାଶବିକ ଅତ୍ୟାଚାର ବା ସଂଗୀନ ଅପରାଧ ହେଉଛି । ପ୍ରତି ମୁହୂର୍ତରେ ମହିଳାଟି ନିଜକୁ ସଂପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛି । ବିଗତ ଏକ ସପ୍ତାହ ମଧ୍ୟରେ ଦୁଇଟି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । କିନ୍ତୁ ସରକାର ସଂପୂର୍ଣ୍ଣ ନିଦାବିଷ୍ଣୁ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚÿଳର ୫ ବର୍ଷର ଝିଅ ପ୍ରତି ଗଣଦୁଷ୍କର୍ମ, ନବରଙ୍ଗପୁରର ଉମରକୋଟ ଅଞ୍ଚଳରେ ଏକ ସପ୍ତମ ଶ୍ରେଣୀ ଛାତ୍ରୀକୁ ମଦ ପିଆଇ ଗଣ ବଳକôାର । ଏଥି ନିମନ୍ତେ ରାଜ୍ୟ କଂଗ୍ରେସର ଛାତ୍ର ମହିଳା, ଯୁବ କଂଗ୍ରେସ ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରିବାକୁ ଯୋଜନା କରୁଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସମୂହ ନେତା ମାନେ ମତ ରଖିଛନ୍ତି ।