ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

 ହିଞ୍ଜିଳିକାଟୁ  :  ହିଞ୍ଜିଳି ଥାନା ସିକିରି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସିକିରି ଗ୍ରାମ ବିନାୟକ ପାଠାଗାର ସାହିର ଜଣେ ଯୁବକ ଘରର ଛାତ ଦୁଲାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବାବୁଲା ପ୍ରଧାନ (୪୪)  । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର- ୧୩/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ପାରିବାରିକ କଳହ ଯୋଗୁଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି । ମୃତ ଯୁବକ ଜଣଙ୍କ ଗତ କିଛି ଦିନ ଧରି ପାରିବାରିକ କଳହକୁ କେନ୍ଦ୍ର କରି ମାନସିକ ଦୁଶ୍ଚିନ୍ତାରେ ରହି ଆସୁଥିଲେ । ଶନିବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଯୁବକ ଜଣଙ୍କ ଘର ଛାତ ଜୁଲାଇରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଘରକୁ ଫେରି ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରିବା ସହ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ ।