ଆୟୁର୍ବେଦିକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି
ବାଲେଶ୍ୱର : ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟ ପରିସରରେ ଆୟୁଷ ବିକାଶ ମଞ୍ଚର ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ହିମାଂଶୁ ଶେଖର ଦାସ ଯୋଗ ଦେଇ ସରକାରଙ୍କ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାରେ ଏକ ଆୟୁର୍ବେଦିକ ମହାବିଦ୍ୟାଳୟ ଖୋଲାଯିବା ପାଇଁ ଘୋଷଣା କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ । ଆୟୁଷ ମଞ୍ଚ ତଥା ବାଲେଶ୍ୱର ମେଡିକାଲ୍ କି୍ରୟାନୁଷ୍ଠାନ କମିଟିର ମିଳିତ ସହଯୋଗରେ ବାଲେଶ୍ୱର ଠାରେ ଏକ ଆୟୁର୍ବେଦିକ ଭେଷଜ ମହାବିଦ୍ୟାଳୟ ଖୋଲିବା ପାଇଁ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସରକାରଙ୍କର ଏଭଳି ପକ୍ଷପାତିତା ନିର୍ଣ୍ଣୟ ବାଲେଶ୍ୱରର ବହୁ ବୁଦ୍ଧିଜୀବୀମାନଙ୍କୁ ଅସନ୍ତୁଷ୍ଟ କରିଛି ବୋଲି ସମସ୍ତ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏପରିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅନୁରୋଧକ୍ରମେ ୨୦୨୩ ମସିହାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ୱର ଠାରେ ଏକ ଆୟୁର୍ବେଦିକ ଭେଷଜ ମହାବିଦ୍ୟାଳୟ ଖୋଲାଯିବା ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ସରକାରଙ୍କୁ ତାଙ୍କ ପତ୍ରସଂଖ୍ୟା ୧୮୦୧୧/୧୪/୨୦୨୨ଏନ୍ଏଏମ୍, ତା ୨୩-୦୩-୨୨ ମୂଳେ ଅନୁରୋଧ କରାଯାଇଥିଲା । ଏଥିନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଚୁ୍ୟତପୁର ଠାରେ ନିର୍ମାଣାଧିନ ଥିବା ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପରିସରରେ ଏ୫-୦୦କର ଜମି ଯୋଗାଇ ଦେଇଛନ୍ତି । ଅଚୁ୍ୟତପୁର ଠାରେ ମହାବିଦ୍ୟାଳୟ ଖୋଲିବା ପାଇଁ ତତ୍କାଳୀନ ଓଡ଼ିଶା ସରକାର ଆଶୁ ପଦକ୍ଷେପ ନ ନେବାରୁ ଭାରତ ସରକାରଙ୍କୁ ପ୍ରସ୍ତାବ ଯାଇପାରିନଥିଲା ଏବଂ ଏ ବିଷୟରେ ବିକାଶ ମଞ୍ଚ ବିଭିନ୍ନ ସମୟରେ ସ୍ଥାନୀୟ ସାଂସଦ, ବିଧାୟକମାନଙ୍କ ଦୃଷ୍ଟିକୁ ଆଣିଛି ।
ନେତୃତ୍ୱମାନଙ୍କର ଉଦାସୀନତା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଏକ ମହାବିଦ୍ୟାଳୟ ହରାଇବାକୁ ଯାଉଛି । ମଞ୍ଚର ବରିଷ୍ଠ ଉପଦେଷ୍ଟା ତଥା ବାଲେଶ୍ୱର ମେଡିକାଲ୍ କି୍ରୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବା ସଙ୍ଗେ ସଙ୍ଗେ ବାଲେଶ୍ୱର ଅଚୁ୍ୟତପୁର ଠାରେ ଏକ ସମନ୍ୱିତ ଆୟୁଷ ମହାବିଦ୍ୟାଳୟ ସରକାରଙ୍କ ପକ୍ଷରୁ ଖୋଲା ଗଲେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନରେ (ଆୟୁଷ) ସ୍ନାତକ ଡିଗ୍ରୀ କରିବା ପାଇଁ ସୁଯୋଗ ପାଇପାରନ୍ତେ । ଏହି ଅବସରରେ ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୬-୦୩-୨୫ ରିଖ ଅଚୁ୍ୟତପୁର ଠାରେ ଏକ ଆୟୁର୍ବେଦ କିମ୍ବା ଆୟୁଷ ଭେଷଜ ମହାବିଦ୍ୟାଳୟ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ବାଲେଶ୍ୱର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେବା ପାଇଁ ସ୍ଥିରୀକୃତ କରାଯାଇଛି । ଏବଂ ସରକାରଙ୍କ ଏଭଳି ପକ୍ଷପାତି ନିଷ୍ପତ୍ତି ନ ବଦଳାଇଲେ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।