ବସ୍ତି ଉଚ୍ଛେଦକୁ କଂଗ୍ରେସର ନିନ୍ଦା
ଭୁବନେଶ୍ୱର : ରାଇରଙ୍ଗପୁର ଏୟାରଷ୍ଟ୍ରିପ୍ ପାଇଁ ଗତ କିଛି ଦିନ ତଳେ ଆଦିବାସୀ ପରିବାରକୁ ନିୟମ ଭଙ୍ଗକରି ସରକାର ବଳପୂର୍ବକ ଉଚ୍ଛେଦ କରିଛନ୍ତି । ବିନା ପଲ୍ଲୀସଭାରେ କୋ÷ଣସି ବସ୍ତି ଉଚ୍ଛେଦ କରିବା ପାଇଁ ନିୟମ ନ ଥିବା ବେଳେ ସରକାର କିଭଳି ଉଚ୍ଛେଦ କଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏହା ପ୍ରକାଶ କରିଛନ୍ତି ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍ ।
ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଘର ହେଉଛି ରାଇରଙ୍ଗପୁର । ତା ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କର ଶଶୁରଘର ବି ରାଇରଙ୍ଗପୁର । ଏଠାରେ ଏକ ଏୟାରଷ୍ଟ୍ରିଟ ନିର୍ମାଣ ପାଇଁ ବସ୍ତି ଉଚ୍ଛେଦ ଜାରି ରହିଥିବା ବେଳେ ଏହାଦ୍ୱାରା ୪୩ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଉଚ୍ଛେଦ ଆଦିବାସୀ ପରିବାର ଆନେ୍ଦାଳନ କରି ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ତେଣୁ ବାସହରାଙ୍କୁ ୪୦ ଲକ୍ଷଟଙ୍କା କ୍ଷତିପୂରଣ ସହ ତା’ର ଦୁଇଗୁଣ ଜାଗା ଅନ୍ୟସ୍ଥାନରେ ଯୋଗାଇବାକୁ ସରକାରଙ୍କ ନିକଟରେ ଦାବି କରିଛି କଂଗ୍ରେସ । ସେହିପରି ଆଦିବାସୀ ନାମରେ ମାମଲା ପ୍ରତ୍ୟାହାର ହେଉ, ନଚେତ କଂଗ୍ରେସ ଆନେ୍ଦାଳନ କରିବ ବୋଲି କହିଛନ୍ତି । ଅନ୍ୟଏକ ପ୍ରସଙ୍ଗରେ ଶ୍ରୀ କାଡାମ୍ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଞ୍ଜକ୍ସନ ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଥିବା କଥା ଉଠାଇଥିଲେ । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତ ଦେବା ପାଇଁ ଦାବି ଉପସ୍ଥାପନା କରିଥିଲେ ।