୨୦ ମାଓବାଦୀ ଗିରଫ

୨୦ ମାଓବାଦୀ ଗିରଫ

 ହାଇଦ୍ରାବାଦ: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଆଜି ୨୦ ମାଓବାଦୀଙ୍କୁ ଗିରଫ କରାଯିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ଡିଭିଜନ କମିଟି ମେମ୍ବର ଓ ୫ ଏରିଆ କମିଟି ମେମ୍ବର ଅଛନ୍ତି  । ଗତ ଦୁଇଦିନ ମଧ୍ୟରେ ସେମାନଙ୍କୁ ଗିରଫ କରାଯାଇଛି  । ଭେଙ୍କଟପୁରମ୍, ୱାଜିଦୁ ଓ କନାଗଇଗୁଡ଼େମ ଠାରେ ସର୍ଚ୍ଚ ଅପରେସନ୍ ଓ ଗାଡ଼ି ଚେକିଂ ବେଳେ ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି  । ନିକଟରେ ସିଆରପିଏଫ ଓ ଛତିଶଗଡ଼ ପୁଲିସ୍ ବଡ଼ ଧରଣର ଅପରେସନ୍ କରି ବହୁ ମାଓବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛି  । ତେବେ କେରେଗୁଟ୍ଟାରେ ଆଶ୍ରୟ ନେଇଥିବା କିଛି ମାଓବାଦୀ ଲୁଚାଛପାରେ ପଳାଇଯିବାକୁ ଯୋଜନା କରିଥିଲେ  । ଏହି ସୂଚନା ପାଇବା ପରେ ରୋଡ଼୍ ବ୍ଳକ କରି ଜୋରଦାର ଚେକିଂ କରାଯାଇଥିଲା  । ଗିରଫ ମାଓବାଦୀମାନେ ଆମ୍ବୁସ କରି ଅନେକ ପୁଲିସ୍ ଓ ଯବାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି  ।