ରାଜ୍ୟପାଳ ଦଳରୁ ଊର୍ଦ୍ଧ୍ବରେ ରହିବା କଥା :କଂଗ୍ରେସ

ରାଜ୍ୟପାଳ ଦଳରୁ ଊର୍ଦ୍ଧ୍ବରେ ରହିବା କଥା :କଂଗ୍ରେସ

ଭୁବନେଶ୍ବର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନ ୱାର ରୁମ ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ଫଳରେ ଓଡିଶା ରାଜଭବନ ରାଜନୈତିକ ପଶାପାଲିରେ ଛନ୍ଦି ହୋଇପଡିଛି । 
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି,"କୌଣସି ରାଜ୍ୟର ରାଜଭବନରେ ଏପରି ହେବା କଥା ନୁହେଁ । ଝାଡ଼ଖଣ୍ଡ ନିର୍ବାଚନ କାର୍ୟ୍ୟ ଓଡିଶା ରାଜଭବନରେ ହେଉଥିବା ଘଟଣା ଦୁଃଖଦାୟକ । ଏଭଳି ହେବା ଉଚିତ୍ ନୁହେଁ । ଦଳ ରଣନୀତି ପ୍ରସ୍ତୁତ କରେ । ରାଜ୍ୟପାଳ ସେ କାର୍ୟ୍ୟରେ ସାମିଲ ହେବା ଉଚିତ ନୁହେଁ । ରାଜ୍ୟପାଳ ଦଳରୁ ଊର୍ଦ୍ଧ୍ବରେ ରହିବା କଥା । ରାଜ୍ୟପାଳ ପଦ ଏକ ସାମ୍ବିଧାନିକ ଓ ସମ୍ମାନିତ ପଦବୀ । କୌଣସି ଦଳୀୟ କାର୍ୟ୍ୟ ରାଜଭବନରେ ହେବା କଥା ନୁହେଁ । ଏହା ଆଇନ ବିରୁଦ୍ଧ ଆଚରଣ । କଂଗ୍ରେସ ଏହାକୁ ବିରୋଧ କରୁଛି । କୌଣସି ରାଜନୈତିକ କାର୍ୟ୍ୟ ରାଜଭବନରେ ହେବାକୁ ଆମେ ବିରୋଧ କରୁଛୁ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମରା ଘଟଣାରେ ସରକାର ତଦନ୍ତ କରୁଥିଲେ । ଆଜି ପର୍ୟ୍ୟନ୍ତ ଏହା ପ୍ରକାଶ ହୋଇନାହିଁ ।"