କଂଗ୍ରେସର ଭରସା ନୂଆ ଚେହେରା 

କଂଗ୍ରେସର ଭରସା ନୂଆ ଚେହେରା 

ଭୁବନେଶ୍ୱର : ନୂଆ ମୁହଁଙ୍କ ଉପରେ ଭରସା କରିଛି କଂଗ୍ରେସ  । ଆଜି ୭୫ ବିଧାନସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି  । ୧୦ ଆସନକୁ ଛାଡିଦେଲେ ବାକି ସବୁ ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି  । ସେହିପରି ତଳସରା, ବାଲିଗୁଡ଼ା ଓ କବିସୂର୍ଯ୍ୟନଗରରେ ଦଳ ପ୍ରାର୍ଥୀ ବଦଳାଇ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି  । ପ୍ରଥମ ଦଫାରେ ୪୭ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେଇଥିଲା  । ଆଜି ଆଉ ୭୨ ନୂଆ ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି  । ଫଳରେ ଦୁଇଦଫାରେ କଂଗ୍ରେସ ୧୧୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି  । ଅପରପକ୍ଷରେ ସହଯୋଗୀ ଦଳ ସିପିଆଇଏମ ଓ ଜେଏମଏମକୁ ଗୋଟିଏ ଲେଖାଏଁ ଆସନ ଛାଡ଼ିଛି  ।
ହେଭିୱେଟ ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରୀପୋଖରୀ, ଜୟଦେବ ଜେନାଙ୍କୁ ଆନନ୍ଦପୁର ଓ ଦେବାଶିଷ ପଟ୍ଟନାୟକଙ୍କୁ ପୁଣିଥରେ ବାଙ୍କୀରୁ ପ୍ରାର୍ଥୀ କରାଯାଇଛି  । ସେହିପରି ପୁରୁଣା ଚେହେରା ମଧ୍ୟରେ ରେଢ଼ାଖୋଲରେ ଆସଫ ଅଲ୍ଲୀ ଖାନ୍, ମୋରଡ଼ାରେ ପ୍ରଭାସ କର ମହାପାତ୍ର, ଭୋଗରାଇରେ ସତ୍ୟଶିବ ଦାସ, ବସ୍ତାରେ ବିଜନ ନାୟକ, ବାସୁଦେବପୁରରେ ଅଶୋକ କୁମାର ଦାସ, କୋରେଇରେ ବନ୍ଦିତା ପରିଡ଼ା, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ଉପରେ ଦଳ ପୁଣି ଭରସା ରଖିଛି  ।
ଅତାବିରାରୁ ଅଭିଷେକ ସେଠ, ତଳସରାରୁ ଦେବେନ୍ଦ୍ର ଭିତିରିଆ, କୁଚିଣ୍ଡାରୁ କେଦାରନାଥ ବରିହା, ରେଙ୍ଗାଲୀରୁ ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଆସଫ ଅଲ୍ଲୀ ଖାନ୍, ଦେବଗଡ଼ରୁ ସେମ ହେମ୍ବ୍ରମ, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘସିପୁରାରୁ ସୁବ୍ରତ ଚକ୍ର, ଆନନ୍ଦପୁରରୁ ଜୟଦେବ ଜେନା ଓ ପାଟଣାରୁ ହୃଷିକେଶ ନାଏକଙ୍କୁ ଦଳ ପ୍ରାର୍ଥୀ କରିଛି  । ସେହିପରି କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆରେ ଯଶୱନ୍ତ ଲାଗୁରୀ, ଯଶୀପୁରରେ ଶ୍ୱେତା ଚତର, ସାରସକଣାରେ ରାମ କୁମାର ସୋରେନ୍, ରାଇରଙ୍ଗପୁରରେ ଯୋଗେନ୍ଦ୍ର ବାନ୍ରା, ବାଙ୍ଗିରୀପୋଷୀରୁ ମୁରଲୀ ଧର ନାଏକ, କରଞ୍ଜିଆରେ ଲକ୍ଷ୍ମୀଧର ସିଂହ, ଉଦଳାରେ ଦୁର୍ଗାଚରଣ ଟୁଡୁଙ୍କ ନାମ ଘୋଷଣା କରାଯାଇଛି  ।
ଅପରପକ୍ଷରେ ବାରିପଦାରେ ବାଦଲ ହେମ୍ବ୍ରମ, ମୋରଡ଼ାରେ ପ୍ରଭାସ କର ମହାପାତ୍ର, ଭୋଗରାଇରୁ ସତ୍ୟ ଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ସୁଦର୍ଶନ ଜେନା, ସୋରୋରେ ସୁବ୍ରତ ଧଡ଼ା, ସିମୁଳିଆରେ ହିମାଂଶୁ ଶେଖର ବେହେରା, ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ,  ଭଦ୍ରକରେ ଅସିତ ପଟ୍ଟନାୟକ, ବାସୁଦେବପୁରରେ ଅଶୋକ ଦାସ, ଧାମନଗରରେ ରଞ୍ଜନ କୁମାର ବେହେରାଙ୍କୁ ଟିକେଟ ମିଳିଛି  । ଏହାଛଡ଼ା ଚାନ୍ଦବାଲିରେ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରେ କନକଲତା ମଲ୍ଲିକ, ବରିରେ ଆରତୀ ଦେଓ, ଧର୍ମଶାଳାରେ କିଷାନ ପଣ୍ଡା, ଯାଜପୁରରେ ସୁଦୀପ କୁମାର କର, କୋରେଇରେ ବନ୍ଦିତା ପରିଡ଼ା, ଢେଙ୍କାନାଳରେ ସୁସ୍ମିତା ସିଂହଦେଓ, ହିନେ୍ଦାଳରେ ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗରରେ ବିପ୍ରବର ସାହୁ, ପରଜଙ୍ଗରେ ରଞ୍ଜିତ କୁମାର ସାହୁ, ତାଳଚେରରେ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି  ।
ଅନୁଗୁଳରେ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରେ ନରୋତ୍ତମ ନାୟକ, ଆଠମଲ୍ଲିକରେ ବିଜେଡ଼ିର ଭୋଟ ଆଶାତୀତ ଭାବେ ବଢ଼ିଯାଇଛି  । ଏହି ଅଙ୍କକୁ କିନ୍ତୁ ବିରୋଧୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି  । ସେମାନଙ୍କ ମତରେ ପଞ୍ଚାୟତ ନିର୍ବାଚନରେ ସେମାନେ ବିଧାନସଭା ନିର୍ବାଚନ ଭଳି ଲଢ଼ିନଥିଲେ  । ବିଜେଡ଼ି ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ଦେଇଥିଲା  । କିନ୍ତୁ କଂଗ୍ରେସ କିମ୍ବା ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ପାଣ୍ଠି ଦେଇନଥିଲେ  । ଫଳରେ ସେମାନେ ପଛରେ ପଡ଼ିଯାଇଥିଲେ  । ଏବେ କିନ୍ତୁ ସେମାନେ କଳ, ବଳ, କୌଶଳ ସବୁଥିରେ ଜୋର ଲଗାଇଦେବେ  । ଦୁର୍ବଳ ସ୍ଥାନରେ ଜଗିରହିବେ  । ତେଣୁ ସ୍ଥିତି ପଲଟବାର କରିବ ବୋଲି ପ୍ରତିଦ୍ୱନ୍ଦ୍ୱୀମାନେ ଆକଳନ କରିଛନ୍ତି  ।