ଆଜି ୫ କରୋନା ପଜିଟିଭ୍‌ ଚିହ୍ନଟ

ଆଜି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର : ପୁଣି ଚିନ୍ତା ବଢ଼ାଇଲାଣି କରୋନା। ରାଜ୍ୟରେ ଚିହ୍ନଟ ହେଲେ ୫ କୋଭିଡ ପଜିଟିଭ୍‌। ଭୁବନେଶ୍ବରରୁ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି। ତିନି ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୂର୍ବରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଜଣକ ଜଣେ ବରିଷ୍ଠ ନାଗରିକ ହୋଇଥିବାବେଳେ ସେ ଏକାଧିକ ରୋଗରେ ପୀଡିତ ଅଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସଚିବ କହିଥିଲେ କୋରୋନାର ଏହି ଭାରିଆଣ୍ଟ ମାଇଲଡ, ଏହା ବ୍ୟାପିବାର ସମ୍ଭାବନା କମ । ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି। କୋରୋନା ସାରା ଦେଶରୁ ସମ୍ପୂର୍ଣ୍ଣ ହଟିନି।