କୃଷି ବିଜ୍ଞାନ କେନ୍ଦ୍ରଠାରେ ଭୂମି ପୂଜନ କଲେ ସମବାୟ ମନ୍ତ୍ରୀ

କଟକ/ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାସ୍ତରୀୟ ଅକ୍ଷୟତୃତୀୟା ମହୋସôବ ପାଳିତ ହୋଇଯାଇଛି । ବୁଧବାର ପୂର୍ବାହ୍ନରେ ଟାଙ୍ଗୀଚୌଦ୍ୱାର ବ୍ଲକ ଅନ୍ତର୍ଗତ ସନ୍ଥପୁରଠାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ଭୂମି ପୂଜନ ଓ ଅଖିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବୈଠକରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଚଳିତ ବର୍ଷ ଖରିଫ ଋତୁରେ ଚାଷ ଅନୁକୂଳ ହେବା ସହ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସହାୟକ ମୂଲ୍ୟରେ କିପରି ଚାଷୀ ଅଧିକ ଉପକୃତ ହେବେ, ସେ ଦିଗରେ ମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା ସମ୍ପର୍କରେ ବିଷଦ ଭାବେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଏହାର ସୁଯୋଗ ନେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ଖରିଫ ଋତୁରେ କଟକ ଜିଲ୍ଲାରେ ଚାଷକାର୍ଯ୍ୟ ଅନୁକୂଳ ହେବା ସହ ଚାଷ ଆରମ୍ଭରୁ ଫସଲ ବିକି୍ର ପର୍ଯ୍ୟନ୍ତ ପ୍ରଶାସନିକ ବ୍ୟବସ୍ଥାରେ ସମସ୍ତ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏହି ପରପ୍ରେକ୍ଷୀରେ ସରକାରୀ  ରିହାତିଯୁକ୍ତ ଗୋଟିଏ ଟ୍ରାକ୍ଟର ହିତାଧିକାରୀଙ୍କୁ ମନ୍ତ୍ରୀ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଆଶିଷ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସ, ଜାତୀୟ ଧାନ ଗବେଷଣା କେନ୍ଦ୍ର ନିଦେ୍ର୍ଦଶକ ଏମଜେ ବେଗ, ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ରଞ୍ଜନ ମହାନ୍ତି, ଚନ୍ଦ୍ରମୋହନ ଚାନ୍ଦ, ଶିବାଶିଷ ମିଶ୍ର, ପ୍ରଶାନ୍ତ ଜେନା, ସାନ୍ଦୁଲ ରାମାରାଓ, ଉମେଶ ଚନ୍ଦ୍ର ଜେନା, ଶରତ ଚନ୍ଦ୍ର ମଲ୍ଲିକଙ୍କ ସମେତ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାଷି ମାଧ୍ୟମରେ ସିଏମ କିଶାନ ହିତାଧିକାରୀମାନଙ୍କୁ ପ୍ରୋସôାହନ ରାଶି ପ୍ରଦାନ କରାଯାଉଥିବା କାର୍ଯ୍ୟକ୍ରମକୁ ଚାଷୀମାନେ ଉପଭୋଗ କରିଥିଲେ  ।