କୋଭିସିଲ୍‌ଡ ଟୀକା ବିରୋଧରେ ଆସିିଛି ଅଭିଯୋଗ ; ଟୀକା ପାଇଁ ଯାଇଛି ଝିଅର ଜୀବନ

କୋଭିସିଲ୍‌ଡ ଟୀକା ବିରୋଧରେ ଆସିିଛି ଅଭିଯୋଗ ;   ଟୀକା ପାଇଁ ଯାଇଛି ଝିଅର ଜୀବନ

ନୂଆଦିଲ୍ଲୀ: କୋଭିସିଲ୍‌ଡ ଟୀକା ବିରୋଧରେ ଆସିିଛି ଅଭିଯୋଗ। କୋଭିସିଲ୍‌ଡ ଟୀକା ଦିଆଯିବା ପରେ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ ପିତାମାତା ବିଶ୍ୱର ସର୍ବବୃହତ ଟିକା ନିର୍ମାତା ତଥା କୋଭିଡ ମହାମାରୀ ସମୟରେ ଏହାକୁ ବିକଶିତ କରିଥିବା ବ୍ରିଟିଶ ଔଷଧ କମ୍ପାନୀ ନିକଟରେ ଅଭିଯୋଗ କରିବାକୁ ଯୋଜନା କରୁଛନ୍ତି।

ଏହି ଟୀକା ରକ୍ତ ଜମାଟ ବାନ୍ଧିବା ସହ କମ୍ ପ୍ଲାଲେଟ୍ ଗଣନା କରିବା ପରି ବିରଳ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ ବୋଲି ବ୍ରିଟେନର କୋର୍ଟ ଡକ୍ୟୁମେଣ୍ଟରେ ଆଷ୍ଟ୍ରା ଜେନେକା ସ୍ବୀକାର କରିବା ପରେ ଏହି ଅଭିଯୋଗ ଆସିଛି।

ଆଷ୍ଟ୍ରାଜେନେକା ଟୀକା ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା ‘କୋଭିସିଲ୍‌ଡ’ ନାମରେ ନିର୍ମିତ ହୋଇଥିଲା ଏବଂ ଏଠାରେ ବ୍ୟାପକ ଭାବରେ ବ୍ୟବହୃତ ବି ହୋଇଥିଲା। ତେବେ ଏହି ବିଷୟରେ ଏଯାଏ ଏସ୍‌ଆଇଆଇ କୌଣସି ମନ୍ତବ୍ୟ ଦେଇନାହିଁ।