ଭାରତ ଖେଳିବନି ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ। ହାଇବ୍ରିଡ୍ ମଡେଲ ଆୟୋଜନ ନେଇ ଆଇସିସି ମଞ୍ଜୁର ଦେଇଛି । ଅର୍ଥାତ ଏବେ ଟୁର୍ଣ୍ଣାମେଣ୍ଟ ଉଭୟ ପାକିସ୍ତାନ ଓ ଦୁବାଇରେ ଖେଳାଯିବ। 

ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମଧ୍ୟ ଦୁବାଇରେ ଖେଳିବ ଭାରତ । ଯଦି ଭାରତ ନକଆଉଟ୍ ପର୍ୟ୍ୟାୟରୁ ବାଦ ପଡ଼େ, ତାହେଲେ ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ। 

ଭାରତ ନଖେଳିବା ପାକିସ୍ତାନକୁ ହେବାକୁଥିବା କ୍ଷତିର ଆଇସିସି ଭରଣ କରିବ ନାହିଁ ବୋଲି ସୂଚନା ମିଳିଛି। ସେହିପରି ୨୦୨୬ରେ ହେବାକୁଥିବା ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ତା’ର ସବୁ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳିବାକୁ ଦାବି କରିଛି । ତେବେ ଟି-୨୦ ବିଶ୍ବକପର ନକଆଉଟ ମ୍ୟାଚ କେଉଁଠି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।