ପ୍ରେମିକାଙ୍କୁ ମାରି ଫିଙ୍ଗିଦେଲା
ଭୁବନେଶ୍ୱର/ବାଲିଅନ୍ତା : ରାଜଧାନୀରେ ·ଞ୍ଚଲ୍ୟ । ପ୍ରେମିକାଙ୍କୁ ମାରି ଫିଙ୍ଗିବା ପାଇଁ ଦୟା ନଦୀକୁ ନେଉଥିଲା ପ୍ରେମିକ । ହେଲେ ସ୍ଥାନୀୟ ଲୋକଙ୍କ ସନେ୍ଦହ ହୋଇଥିଲା । ପ୍ରେମିକକୁ ଗୋଡ଼ାଇବାରୁ ସେ ଦ୍ରୁତ ଗତିରେ ପଳାଇଥିଲା । କିନ୍ତୁ ନଦୀବନ୍ଧରେ ପଡ଼ିଯିବାରୁୁ ପ୍ରେମିକାର ମୃତଦେହ ଛାଡ଼ି ଚମ୍ପଟ ମାରିଥିଲେ ପ୍ରେମିକ ଓ ତାର ସାଥୀ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଧଉଳି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପକ୍ଷରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରାଜୁ ବଙ୍ଗାଳୀ ହେଉଛନ୍ତି ଜଣେ ଠିକାଦାର । ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ପକ୍କା ଘର ମରାମତି କାମ କରନ୍ତି । ତାଙ୍କ ପାଖରେ ଲେବର ଭାବେ କାମ କରୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ହୀନ ଡାକୁଆ । ଧିରେଧିରେ ଉଭୟଙ୍କ ଭିତରେ ସମ୍ପର୍କ ବଢ଼ିଥିଲା । ଫଳରେ ଠିକାଦାର ହୀନଙ୍କ ଘରକୁ ଯିବା ଆସିବା ଭିତରେ ତାଙ୍କ ଝିଅ ଭାଗ୍ୟଙ୍କ ପ୍ରେମରେ ପଡ଼ିଯାଇଥିଲେ । ଠିକାଦାର ରାଜୁ ବଙ୍ଗାଳୀ, ଭାଗ୍ୟ ମଧ୍ୟ ରାଜୁଙ୍କୁ ପ୍ରେମ କରୁଥିଲେ । ଆଜିକୁ ୪ ମାସ ତଳେ ରାଜୁଙ୍କ ସହିତ ଭାଗ୍ୟ ଘର ଛାଡ଼ି ପଳାଇ ଯାଇଥିଲେ । ହୀନ ଏ ସମ୍ପର୍କରେ ଜାଣି ଚୁପ୍ ରହିଥିଲେ । ଫେରାର ପରେ ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡ଼ରେ ଘର ଭଡ଼ା ନେଇ ରହୁଥିଲେ । ଭୁବନେଶ୍ୱରରେ ରହଣୀ ସମୟରେ ଭାଗ୍ୟ କେବେ ଘରକୁ ଫୋନ୍ କରୁନଥିଲେ । ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ମଧ୍ୟ ରଖିନଥିଲେ । ତେବେ ଗତ ୪ ତାରିଖ ସନ୍ଧ୍ୟା ବେଳେ ଭାଗ୍ୟ ବାପ ଘରକୁ ଫୋନ୍ କରିଥିଲେ । ଆଉ ମାଆଙ୍କୁ କହିଥିଲେ ୭ ତାରିଖରେ ଘରକୁ ଫେରୁଛନ୍ତି ବୋଲି । ଝିଅଠାରୁ ଏକଥା ଶୁଣିବା ପରେ ମାଆଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । କ'ଣ ପାଇଁ ଆସିବୁ? କ'ଣ ହୋଇଛି? କେମିତି ଅଛୁ? ଏମିତି ଅନେକ ପ୍ରଶ୍ନ ପ·ରିବାକୁ ·ହୁଁଥିଲେ ହୀନଙ୍କ ପତ୍ନୀ । ହେଲେ ତା'ପୂର୍ବରୁ ଫୋନ୍ କାଟି ଦେଇଥିଲେ ଭାଗ୍ୟ ।