ବାବା ଗୁପ୍ତେଶ୍ୱରଙ୍କ ସିଂହଦ୍ୱାର ଅସମ୍ପୂର୍ଣ୍ଣ

 ଜୟପୁର: ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱରଙ୍କ ନିକଟକୁ ଯିବାକୁ ହେଲେ ଶ୍ରଦ୍ଧାଳୁମାନଙ୍କୁ କୋରାପୁଟ ଜିଲ୍ଲାର ଜୟପୁର ସହର ଠାରୁ ପ୍ରାୟ ୫୭ କିମି ଦୂରକୁ ଯାତ୍ରା କରିବାକୁ ପଡିଥାଏ । ଜୟପୁର ଠାରୁ ମାତ୍ର ୨୨ କିମି ଗଲାପରେ ବୈପାରିଗୁଡା ଛକ ଦେଇ ୩୫ କିମି ପୁଣି ଆଗକୁ ଯିବାକୁ ପଡେ  । ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ନିମନ୍ତେ ରାଜ୍ୟ ଓ ବାହାର ରାଜ୍ୟରୁ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ନିମନ୍ତେ ପୀଠରେ ଭିଡ ଜମାନ୍ତି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ବୈପାରିଗୁଡା ମେଡିକାଲ ଛକ ଠାରୁ ଶ୍ରଦ୍ଧାଳୁ ମାନେ ବାଟବଣା ହୋଇ ମାଲକାନଗିରି ଆଡକୁ ଚାଲିଯାଇଥାଆନ୍ତି । ଏହି ବାଟବଣା ରୋକିବା ପାଇଁ ବୈପାରିଗୁଡା ଛକ ଠାରେ ବାବା ଗୁପ୍ତେଶ୍ୱରଙ୍କ ପୀଠକୁ ଯିବା ପାଇଁ ଏକ ସିଂହଦ୍ୱାର ସ୍ଥାପିତ କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି । କିଛି ବର୍ଷ ପୂର୍ବରୁ ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ ସାମ୍ନାରେ ବାବା ଗୁପ୍ତେଶ୍ୱରଙ୍କ ପୀଠକୁ ଯିବା ରାସ୍ତାଟିକୁ ଦର୍ଶାଇବା ନିମନ୍ତେ ସିଂହ ଦ୍ୱାରଟି ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି । ଏହାକୁ ପରଖିଲେ ଲାଗୁଛି ଏହି କାମ ଅତି ନିମ୍ନମାନର ହୋଇଛି । ଏହି ବିଷୟରେ ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନୁ୍ୟ କବି ଶତପଥିଙ୍କୁ ପଚାରିବାରୁ ସେ କହିଲେ ଏହି କାମ ବିଷୟରେ ବ୍ଳକ୍ ପ୍ରଶାସନ ଅଭିଜ୍ଞ ଅଛି । ଏହି ଅର୍ଦ୍ଧନିର୍ମିତ ସିଂହଦ୍ୱାର କାର୍ଯ୍ୟ ଆରଏଣ୍ଡବି ଅଥବା ପିଡବ୍ଲୁ୍ୟଡି ବିଭାଗ ଦ୍ୱାରା କରାଯାଉଛି । କିନ୍ତୁ ଉଭୟ ବିଭାଗକୁ ଯୋଗାଯୋଗ କରିବାରୁ ସେମାନେ କହିଲେ ଏହି କାମକୁ ବ୍ଳକ୍ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟ କରାଯାଇଛି । କିନ୍ତୁ ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଏହି ସିଂହଦ୍ୱାର କାର୍ଯ୍ୟକୁ ଆର୍ଏଣ୍ଡ୍ବି ଓ ପିଡବ୍ଲୁ୍ୟଡି ଏବଂ ବ୍ଳକ୍ ପ୍ରଶାସନ ପକ୍ଷରୁ ଯଦି କାର୍ଯ୍ୟ କରାଯାଉନାହିଁ ତାହେଲେ ଏହି ଅର୍ଦ୍ଧନିର୍ମିତ ସିଂହଦ୍ୱାର ଭୂତ ନିର୍ମାଣ କରୁଛି କି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି? ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଏହି ବିଷୟରେ ଆଲୋଚନା କରିବାରୁ ସେମାନେ କହିଲେ ଏହାର ତଥ୍ୟ ନମିଳିବା ବଡ ଦୁର୍ଭାଗ୍ୟଜନକ । ଏପରି ଅବହେଳିତ କାର୍ଯ୍ୟ କେଉଁ ଅଧିକାରୀଙ୍କ ଦ୍ୱାରା ଦାୟିତ୍ୱହୀନତା ଭାବେ ହେଉଛି ଏହା ଜାଣିବା ନିହାତି ଆବଶ୍ୟକତା ହୋଇ ପଡିଛି । କାହିଁକି ସମ୍ପୂର୍ଣ୍ଣ ହୋଇପାରୁନି ଏହି ସିଂହଦ୍ୱାରଟି । ଏହି ନିର୍ମାଣ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କେତେ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟ ରହିଥିଲା । ଏହି କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ହୋଇଥିଲା କି ନାହିଁ ଯଦି ହୋଇଛି, କୋଉ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ