ସ୍ୱାଦିଷ୍ଟ ଏବଂ ସ୍ଵାସ୍ଥ୍ୟପୋଯୋଗୀ ରାଶି ଲଡୁ
Rasi ladu

ରାଶି ଲଡୁ ଖାଇବାକୁ ଯେମିତି ସ୍ଵାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ ଅଟେ। ରାଶିକୁ ଆମେ ଲଡୁ, ସୁପ୍, ଚିକ୍କି, ପିଠା, ବିଭିନ୍ନ ଉପାୟରେ ମଧ୍ୟ ସେବନ କରିପାରିବା । ସାଧାରଣତଃ ଶୀତ ଦିନେ ରାଶି ଲଡୁର ଲୋକପ୍ରିୟତା ବେଶୀ ଦେଖିବାକୁ ମିଳିଥାଏ । ଡାଇବେଟିସ, ଆର୍ଥରାଇଟିସ୍,କୋଲେଷ୍ଟ୍ରୋଲ,ମାଇଗ୍ରେନ୍ ଭଳି ସମସ୍ୟା ପାଇଁ ଲାଭଦାୟକ ଅଟେ । ଉଭୟ ଧଳା ଏବଂ କଳା ରାଶି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ଆୟୁର୍ବେଦରେ ରହିଛି । କଳା ରାଶିରେ କ୍ୟାଲସିୟମ, ମ୍ୟାଗନେସିୟମ, ଲୌହ ଏବଂ ଜିଙ୍କ ଭଳି ତତ୍ତ୍ୱ ରହିଛି । ଶୀତ ଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ତେଣୁ ଖାଦ୍ୟ ପେୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।
ରାଶି ହାଡ଼କୁ ମଜବୁତ ରଖିଥାଏ ଏବଂ ଶରୀରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ । ଧଳା ରାଶିରେ ପ୍ରୋଟିନ୍, କାର୍ବେହାଇଡ୍ରେଟ୍ ଏବଂ ଫ୍ୟାଟରେ ଭରପୁର ରହିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । କଳା ରାଶି ଲୌହ ଏବଂ ଫାଇବରର ଉତ୍ତମ ସ୍ରୋତ ଅଟେ । ଶୀତ ଦିନେ କଳା ରାଶି ସେବନ କରିବା ଅଧିକ ଫଳପ୍ରଦ ବିବେଚିତ କରାଯାଇଛି । କଳା ରାଶି ଚୋପା ସହ ଆସିଥାଏ ଯାହା ଅଧିକ ପୋଷକ ତତ୍ତ୍ୱରେ ଭରପୁର ଅଟେ । ଧଳା ରାଶିର ସ୍ୱାଦ ହାଲୁକା ମିଠା ଏବଂ ନରମ ଅଟେ ।