ପୁଣି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!

ପୁଣି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ସୂଚନା ଦିଆଯାଇଛି । ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।ବାତ୍ୟା ଦାନାର ପ୍ରଭାବ ଏଯାଏ ମନରୁ ଲିଭିନଥିବା ବେଳେ ଏବେ ବଙ୍ଗୋପସାଗରରେ ଡରାଇଲାଣି ଆଉ ଏକ ବାତ୍ୟା । ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାରରେ ପରିଣତ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ ତାରିଖରେ ସୃଷ୍ଟି ହେବ ବାତ୍ୟା । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି ଅବପାତ। ଏବେ ତାହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରୁଛି। ଯାହାକି ଆସନ୍ତାକାଲି ବାତ୍ୟାର ରୂପ ନେବ। ଏବେ ତାହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ଏବେ ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇ ଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ବଦଳିବ ପାଗ। ୨୮ ରୁ ରାଜ୍ୟରେ କୋହଲା ପାଗ । ୨୮ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ହେବ। ନଭେମ୍ବର ୨୯ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହେବ। ଉପକୂଳ ସଂଲଗ୍ନ ଜିଲାରେ କୋହଲା ପାଗ ଦେଖିବାକୁ ମିଳିବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଦିନର ତାପମାତ୍ରାରେ ହ୍ରାସ ଘଟିବ। ୩୦ ଓ ୩୧ ରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏ ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।