ସୁନ୍ଦରଗଡରେ ୱାରୀ ଏନର୍ଜିର ନୂତନ ସୋରୁମ ଉଦଘାଟନ
ଭୁବନେଶ୍ୱର : ଭାରତର ଅଗ୍ରଗାମୀ ଶକ୍ତି ସମାଧାନ ପ୍ରଦାନକାରୀ ୱାରୀ ଏନର୍ଜି ଲିମିଟେଡ୍ ଓଡିଶା ସୁନ୍ଦରଗଡରେ “ପ୍ରତୀକ ସୋଲାର” ନାମକ ନୂତନ ଫ୍ରାଚାଇଜ୍ ସୋରୁମ ଉଦଘାଟନ ହୋଇଛି । ଏହି ଆରମ୍ଭ ଭାରତର ପ୍ରତ୍ୟେକ କୋଣରେ ପରିଶୁଧ୍ଧ, ଭରସାଯୋଗ୍ୟ ଏବଂ ସହଜଲଭ୍ୟ ସୋଲାର ଶକ୍ତି ସମାଧାନ ପହଞ୍ଚାଇବା ପାଇଁ ୱାରୀଙ୍କ ମିଶନ୍କୁ ଆରୋହଣ କରେ । ବିଶିଷ୍ଟ ଅତିଥି ଭାବେ ଟାଟା ପାୱାରର ଚିଫ୍ ଟେକ୍ନିକାଲ୍ ଏବଂ ରିନୁ୍ୟଅବଲ୍ ମ୍ୟାନେଜର, ଅଶିଷ ପଟ୍ଜୋଶୀ ଉପସ୍ଥିତଥିଲେ । ସେ ନିଜର ସମ୍ବୋଧନରେ ୱାରୀଙ୍କ ପକ୍ଷରୁ ସୁସ୍ଥାୟୀ ଶକ୍ତିର ପ୍ରଗତି ଏବଂ ଓଡିଶା ପାଇଁ ସବୁଜ ଭବିଷ୍ୟତ ଗଢିବାରେ ତାଙ୍କ ଭୂମିକାକୁ ନେଇ ଆଲୋକପାତ କରିଥିଲେ । ୱାରୀ ଏନର୍ଜିର ରାଜ୍ୟ ମୁଖ୍ୟ ଶିବଶିଷ ନେଗି, ଫ୍ରାଞ୍ଚାଇଜ ମ୍ୟାନେଜର ବିଶ୍ୱନାଥ ଶତପଥୀ, ଏବଂ ଚ୍ୟାନେଲ ପାର୍ଟନର ଜିତେନ୍ଦ୍ର କୁମାର ନାଏକ ସହିତ ୱାରୀଙ୍କ ପ୍ରମୁଖ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ହୋଇଥିଲେ । ସେମାନେ ସ୍ଥାନୀୟ ସମୁଦାୟକୁ ସୋଲାର ଅପନାୟନରେ ପ୍ରେରିତ କରିବା, ପ୍ରାକ୍ତିକ ଶିକ୍ଷାଦାନ ଓ ଗ୍ରାହକ-ପ୍ରଥମ ସେବା ନିଶ୍ଚିତ କରିବାରେ ୱାରୀଙ୍କ ପ୍ରତିବଦ୍ଧତାକୁ ବିଷୟରେ କହିଥିଲେ । ଏଠାରେ ୱାରୀଙ୍କ ସମସ୍ତ ପ୍ରକାର ସୋଲାର ପ୍ରଡକ୍ଟ, ଯେପରି ଉଚ୍ଚ କ୍ଷମତାର ସୋଲାର ପ୍ୟାନେଲ୍, ଇନଭର୍ଟ, ରୁଫଟପ୍ ସମାଧାନ ଓ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ଉପଲବ୍ଧ ହେବ । ଗ୍ରାହକମାନେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜ୍ଳୀ ଯୋଜନା ଏବଂ ପିଏମ୍-କୁସୁମ୍ ପରି ସରକାରୀ ପ୍ରକଳ୍ପରୁ ଲାଭ ନେବା ପାଇଁ ମାର୍ଗଦର୍ଶନ ମଧ୍ୟ ପାଇବେ ।