ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି 

cyclone update

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି 

ରେଡ଼୍‌ ଆଲର୍ଟ ଜିଲ୍ଲାରେ ଅଧିକ ରହିବେ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌ 
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି ହୋଇଛି  । ସବୁଠି ଓଡ଼୍ରାଫ୍‌ ଟିମ୍‌ ଓ ଏନଡିଆରଏଫ ଟିମ୍‌ ମୁତୟନ ହୋଇଛନ୍ତି  । ରେଡ଼୍‌ ଆଲର୍ଟ ଜିଲ୍ଲାରେ ଅଧିକ ରହିବେ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌  । ଆବଶ୍ୟକ ସ୍ଥଳେ ହେଲିକେପ୍ଟରର ବ୍ୟବହାର କରାଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ  । ଏଥିସହ ସବୁ ଡ୍ୟାମ୍‌ ଉପରେ ନଜର ରଖିଛି ଜଳ ସମ୍ପଦ ବିଭାଗ  ।