କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଭୋଜପୁର ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଟିପଦର କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାଲୁଡୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣକାନ୍ତି ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭୋଜପୁର ସରପଞ୍ଚ କୂଳମଣି ନାଏକ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଏବିଇଓ ମୋତିଲାଲ ବେହେରା, ସମ୍ମାନିତ ଅତିଥି ଭାବେ ନୂଆପଡା ଜିଲ୍ଲା ପ୍ରେସକ୍ଲବ ସଭାପତି ପରମେଶ୍ୱର ବାରିକ ଯୋଗଦାନ କରି ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ କୋଟିପଦର ସିଆରସିସି ଖଗେଶ୍ୱର ବାଗ ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନିପୁଣ ଓଡିଶା ମେଳାରେ କୋଟିପଦର କ୍ଲଷ୍ଟର ଆଠ ଗୋଟି ବିଦ୍ୟାଳୟର କୋଟିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୁଆ ଦେଇ ବାଗ, ପୋଡାପାଲି ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ସ୍ୱପ୍ନାମୟୀ ମାଝୀ, ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଗିତାଞ୍ଜଳି ଚାଲାନ, ୟୁପିଏସ ଭାଲୁଡୁଙ୍ଗୁରି ସହ ଶିକ୍ଷକ ସମୀର କୁମାର ମେହେର, ଲୋହାରାପାଲି ୟୁପିଏସର ସହ ଶିକ୍ଷୟତ୍ରୀ ଲିପିକା ପାଢ଼ୀ, ବରପଦର ୟୁପିଏସର ସହ ଶିକ୍ଷୟତ୍ରୀ ପଦ୍ମା ଜଗତ, ଚନାବେଡା ଆଶ୍ରମର ଶୋଭାକର ମାଝୀ, ଭୋଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ଭୁବନେଶ୍ୱର ତାଣ୍ଡି ଯୋଗଦାନ କରିଥିଲେ ।