ଯନ୍ତ୍ରୀଙ୍କ ଧନ ଦେଖି ଭିଜିଲାନ୍ସ ଟିମ୍ ତାଟକା

ଭିଜିଲାନ୍ସ ଟିମକୁ ଦେଖି ଛାତରୁ ଫିଙ୍ଗିଦେଲେ ପୁଳା ପୁଳା ଟଙ୍କା । ଆରଡବ୍ଲ୍ୟୁ ଡିଭିଜନ୍ ମୁଖ୍ୟଯନ୍ତ୍ରୀଙ୍କ ଘଷର ରେଡ୍ ବେଳେ ଫିଙ୍ଗିଦେଲେ ଟଙ୍କା ।ଛାତସାଙ୍ଗକୁ ଝରକା ପଟେ ଟଙ୍କା ଫିଙ୍ଗିଦେଲେ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।ଭୁବନେଶ୍ୱର ସ୍ଥିତ ବାସଭବନରୁ ପାଖାପାଖି ୧ କୋଟି ମିଳିଲାଣି । ଅନୁଗୁଳ ସ୍ଥିତ ବାସଭବନରୁ ୧.୧ କୋଟି ନଗଦ ଟଙ୍କା ଜବତ କରିଛି ଟିମ୍ । ସୁନା ଗହଣା ସାଙ୍ଗକୁ ଦାମୀ ଜିନିଷ ଠୁଳ କରିଛନ୍ତି ଅଫିସର । ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।