ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ଛାତ୍ର ଗୁରୁତର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳ ବାଲୁଙ୍କେଶ୍ୱର ନୋଡାଲ ହାଇସ୍କୁଲରେ ଅଘଟଣ । ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର । ସ୍କୁଲର ପ୍ରଧାନଶିକ୍ଷକ ଶିବରାମ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମଧ୍ୟାହ୍ନ ଭୋଜନ ସମୟରେ ଓମଙ୍କ ସାଙ୍ଗ ସିପୁନ୍ ଏକ ମାଜା ବୋତଲ ନେଇ ଓମକୁ ଦେବା ସହ ପିଇବାପାଇଁ କହିଥିଲା । ଓମ ବୋତଲ ଠିପି ଖୋଲିବା ବେଳେ ସିପୁନ ଦିଆସିଲି ମାରିଦେବାରୁ ଓମ ନିଆଁରେ ପୋଡ଼ି ହୋଇଯାଇଛନ୍ତି । ପରିବାର ଲୋକେ ଓମକୁ ତୁରନ୍ତ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଘଟଣା ନେଇ ତଦନ୍ତ ଜାରିରହିଛି । ଏନେଇ ଓମଙ୍କ ବାପା ବିରାଟ ସାହୁ କହିଛନ୍ତି ଯେ, ପୁଅ କିଭଳି ପୋଡି ହେଲା ତାଙ୍କୁ ଜଣା ନାହିଁ କିନ୍ତୁ ବିଦ୍ୟାଳୟରେ ହିଁ ସେ ପୋଡ଼ି ହୋଇଛି ।