ପୋଖରୀରେ ବୁଡ଼ି ୨ ଭାଇଙ୍କ ଜୀବନ ଚାଲିଗଲା
ପୋଖରୀରେ ବୁଡ଼ି ଚାଲିଗଲା ୨ ସଂପର୍କୀୟ ଭାଇଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି। ଆଜି ବଡ଼ ଓଷା ଥିବାରୁ ମନ୍ଦିର ଯିବା ପାଇଁ ୨ ସଂପର୍କୀୟ ଭାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ଉଭୟଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
