ଜୟ ନାରାୟଣଙ୍କୁ ଝଟକା
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଜୋରଦାର ଝଟକା ଲାଗିଛି । ତାଙ୍କର ଆଗୁଆ ଜାମିନ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମହିଳା ଆଇଆଇସିଙ୍କୁ ମାଡ଼ ମାମଲାରେ ସେ ଏବେ ହରଡ଼ଘଣାରେ ପଡ଼ି ଯାଇଛନ୍ତି । ଗତବର୍ଷ ଫେବୃଆରୀରେ ଜଣେ ମହିଳା ଆଇଆଇସିଙ୍କୁ ଜୟ ନାରାୟଣ ମାଡ଼ ମାରିଥିଲେ । ସେତେବେଳେ ସେ ବିରୋଧୀ ଦଳର ନେତା ଥିଲେ । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବାବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହି ମାମଲାରେ ଜୟ ନାରାୟଣ କୋର୍ଟରେ ବି ହାଜର ହୋଇଥିଲେ । ତେବେ ଆଗୁଆ ଜାମିନ୍ ପାଇଁ ସେ ପ୍ରଥମେ ହାଇକୋର୍ଟ ଯାଇଥିବାବେଳେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେବି ହାଇକୋର୍ଟଙ୍କ ରାୟ କାଏମ ରହିବା ସହ ଆବେଦନ ଖାରଜ ହୋଇଯାଇଛି ।