ଭାରତୀୟ ବନସେବା ଅଧିକାରୀ ବିଜୟ ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ବିଜୟ କୁମାର ସ୍ୱାଇଁ (୭୭)ଙ୍କ ଗୁରୁବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ଶ୍ରୀଯୁକ୍ତ ସ୍ୱାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୮ମସିହାରେ ଅବସର ନେବା ପରେ ସେ କଳିଙ୍ଗର ଗୌରବମୟ ସାମୁଦ୍ରିକ ଇତିହାସ ଉପରେ ଗବେଷଣା ଜାରି ରଖିଥିଲେ । କଳିଙ୍ଗ ପରମ୍ପରାକୁ ଅନୁସନ୍ଧାନ କରିବା ପାଇଁ ସେ ପୂର୍ବପୁରୁଷ ସମ୍ବନ୍ଧୀୟ ସ୍ଥାନକୁ ପରିଦର୍ଶନ କରିବା ସହ ସଂସ୍କୃତ ଗ୍ରନ୍ଥ ଏବଂ ଶିଳାଲେଖ ଆଦି ପଢ଼ିଥିଲେ । ସେ କଳିଙ୍ଗ ପରମ୍ପରା ଏବଂ କଳିଙ୍ଗ-ଦକ୍ଷିଣ-ପୂର୍ବ ଏସିଆର ଭାରତୀୟକରଣ ନାମରେ ଦୁଇଟି ପୁସ୍ତକ ରଚନା କରିଛନ୍ତି । ତାଙ୍କ ପରିବାରରେ ପନôୀ ଜୟନ୍ତୀ ସ୍ୱାଇଁ, ଦୁଇ ଝିଅ, ଜ୍ୱାଇଁ ଓ ନାତିନାତୁଣୀ ରହିଛନ୍ତି ।