ବଢ଼ିଲା ଇନ୍ସପେକ୍ଟର ଓ ଏସ୍ଆଇଙ୍କ କ୍ଷମତା: ଏସସି ଏସଟି ମାମଲାର କରିପାରିବେ ତଦନ୍ତ

ଭୁବନେଶ୍ୱର : ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ପରିସରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର  । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିରୋଧୀ) ଆଇନ୍ ଅଧିନରେ ହେଉଥିବା ମାମଲାର ତଦନ୍ତ ଏବେ ଏସଆଇ ଓ ଇନ୍ସପେକ୍ଟରମାନେ କରିପାରିବେ  । ପୂର୍ବରୁ ଏଭଳି ମାମଲାର ତଦନ୍ତ ଡିଏସପି ପାହ୍ୟାର ଅଧିକାରୀମାନଙ୍କ ଉପରେ ନ୍ୟସ୍ତ ଥିଲା  । ଏଣିକି ଏସଆଇ ଓ ଇନ୍ସପେକ୍ଟରମାନେ ଏହି ସବୁ ମାମଲାର ତଦନ୍ତ କରିବା ସହ ଗିରଫ ବି କରିପାରିବେ  । ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।