ସୂର୍ୟ୍ୟମନ୍ଦିରରେ କେବଳ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫର ଉଠାଇ ପାରିବେ ଫଟୋ

ଭୁବନେଶ୍ବର : କେବଳ ଲାଇସେନ୍ସ ପ୍ରାପ୍ତ ଫଟୋଗ୍ରାଫର ହିଁ ସୂର୍ୟ୍ୟ ମନ୍ଦିରରେ ଉଠାଇ ପାରିବେ ଫଟୋ। ଜଣିକିଆ ଖଣ୍ଡପୀଠଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ। ପ୍ରତ୍ନତତ୍ତ୍ୱ ବିଭାଗରରୁ ଲାଇସେନ୍ସ ପାଇଥିବା ଫଟୋଗ୍ରାଫରଙ୍କୁ ସୂର୍ୟ୍ୟମନ୍ଦିରରେ ଫଟୋ ଉଠାଇବାକୁ ଅନୁମତି ଦେଲେ ହାଇକୋର୍ଟ। ୨୦୧୭ ମସିହା ନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫରଙ୍କୁ ଫଟୋ ଉଠାଇବାକୁ ଅନୁମତି ମିଳିଛି। ବିନା ଲାଇସେନ୍ସରେ ଫଟୋ ଉଠାଉଥିବା ୧୫୪ ଜଣଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।