କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ

ଭୁବନେଶ୍ୱର: ବୁଧବାର ସରସ୍ୱତୀ ମୂର୍ତ୍ତି ବିସର୍ଜନବେଳେ କୁଆଖାଇ ନଦୀରେ ଏକ ବଡ଼ ଅଘଟଣ ଘଟିଛି । ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତୁ୍ୟ ହୋଇଛି ।ବାଲିଅନ୍ତା ଥାନା ରଙ୍ଗବଜାରରେ ମୂର୍ତ୍ତି ବିସର୍ଜନବେଳେ ଏହି ଅଘଟଣ ଘଟିଛି । ଉଭୟ ଛାତ୍ର ଆଜି ଟୁ୍ୟସନ ସାରଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ଆସିଥିଲେ ।ମୋଟ ୬ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବାବେଳେ ୨ ଜଣ ପାଣିରେ ବୁଡ଼ି ମୃତୁ୍ୟବରଣ କରିଛନ୍ତି । ମୃତ ଛାତ୍ର ଦ୍ୱୟଙ୍କ ବୟସ ୧୫ ବର୍ଷ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ଟିଉସନର ପାଠ ପଢୁଥିଲେ ଦୁଇ ଜଣ ଛାତ୍ର । ଆଜି ସକାଳୁ  ଦୁଇ ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତିକୁ ନେଇ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଯାଇଥିଲେ ଉଭୟ । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳ ବୋଲି ଜଣାପଡିଛି ।