ଉଦ୍ଘାଟନୀରେ ଗ୍ଲାମର୍ ଭରିବେ ଦିଶା

ଆଇପିଏଲ୍ ୨୦୨୫ର ଉଦ୍ଘାଟନୀ ଉସôବରେ ଦର୍ଶକଙ୍କୁ ଝୁମାଇବେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ । ଉଦ୍ଘାଟନୀ ଉସôବ କୋଲ୍କାତାସ୍ଥିତ ଇଡେନ୍ ଗାର୍ଡେନ୍ସଠାରେ ଶନିବାର ଅନୁଷ୍ଠିତ ହେବ । ଆଇପିଏଲ୍ ତା’ ଏକ୍ସ ପୃଷ୍ଠାରେ ଏହି ସୂଚନା ଦେଇଛି । ଏଥିରେ ଲେଖାହୋଇଛି ଆଇପିଏଲ୍କୁ ୧୮ ବର୍ଷ ପୂରଣ ଅବସରରେ ଏଭଳି ଉସôବ ପାଳିତ ହେବ ଯେପରିକି କେବେ ପୂର୍ବରୁ ହୋଇ ନଥିବ । ଷ୍ଟେଜ୍ ଦୁଲୁକାଇବାରେ ଦିଶା ପଟାନୀଙ୍କଠୁ କିଏ ଭଲ ହୋଇପାରେ ଟାଟାଆଇପିଏଲ୍ ୧୮ର ଉଦ୍ଘାଟନୀ ଉସôବକୁ ହାତଛଡା କରନ୍ତୁ ନାହିଁ । ଏହି ତାରକା ଖଚିତ କାର୍ଯ୍ୟକ୍ରମରେ ଦିଶାଙ୍କ ସହ ଗାୟକ କରନ ଔଜଲା ଓ ଶ୍ରେୟା ଘୋଷାଲ ମଧ୍ୟ ଯୋଗଦେବେ । ଏହି ଉସôବରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।