ହିମାଚଳରେ ଭୂସ୍ଖଳନ, ୬ ମୃତ
ନୂଆଦିଲ୍ଲୀ: ହିମାଞ୍ଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ଘଟି ୬ଜଣଙ୍କ ମୃତୁ୍ୟ ହୋଇଛି । ଏହାସହ ଅନେକେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଆହତ ଓ ଗୁରୁତରଙ୍କୁ ନିକଟସ୍ଥ ଜରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ବୋଲି କୁଲ୍ଲୁ ଏଡିଏମ୍ ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି । ଏଡିଏମ୍ଙ୍କ ମୁତାବକ ଆଜି ସନ୍ଧ୍ୟା ୫ଟା ବେଳେ ମଣିକରଣ ସାହିବ ଗୁରୁଦ୍ୱାର ନିକଟରେ କେତେକ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ରାସ୍ତା କଡ଼ରେ ବସିଥିବା ବେଳେ ହଠାତ ଭୂସ୍ଖଳନ ହୋଇଥିଲା । ଫଳରେ ଗୋଟିଏ ବଡ଼ ଗଛ ଉପୁଡ଼ି ସେଠାରେ ବସିଥିବା ଲୋକଙ୍କ ଉପରେ ମାଡ଼ି ବସିଥିଲା । ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ସମ୍ପୃକ୍ତ ୬ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନଙ୍କ ମଧ୍ୟରେ ୩ଜଣ ପର୍ଯ୍ୟଟକ ଥିବା ବେଳେ ଦୁଇଜଣ କାର୍ଚାଳକ ଏବଂ ଅନ୍ୟ ଜଣେ ଉଠାଦୋକାନୀ ବୋଲି ଚିହ୍ନଟ କରାଯାଇଛି । ଘଟଣାସ୍ଥଳରେ ପୁଲିସ୍, ଅଗ୍ନିଶମ ବିଭାଗ ସମେତ ଉଦ୍ଧାରକାରୀ ଦଳ ପହଞ୍ଚô ସମସ୍ତଙ୍କୁ ଉଦ୍ଧାର କରିବା ସହ ମେଡିକାଲ୍ ସ୍ଥାନାନ୍ତର କରିଥିବା ବେଳେ ଉପରୋକ୍ତ ୬ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ୍ ମୃତଦେହ ଗୁଡ଼ିକୁ ଜବତ କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।