ସଡକ ଦୁର୍ଘଟଣା, ୨୦୨୩ରେ ଯାଇଛି ୫୬୯୬ ଜଣଙ୍କ ଜୀବନ

ସଡକ ଦୁର୍ଘଟଣା, ୨୦୨୩ରେ ଯାଇଛି ୫୬୯୬ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଛି । ଆଉ ଆହତ ହୋଇଛନ୍ତି ୧୦ ହଜାର ୪୧୯ ଜଣ ବୋଲି ବିଧାନସଭାରେ ଉତ୍ତରେ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୩ରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୫ ହଜାର ୬୯୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାରି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୧୯ରୁ ୨୦୨୩ ପର୍ୟ୍ୟନ୍ତ ମାନେ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ଘଟିଛି । ଯାହାଦ୍ୱାରା ଗତ ୫ ବର୍ଷ ମଧ୍ୟରେ ୨୬ ହଜାର ୩୨୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।