ରାଜ୍ୟରେ ଜଳ ସଙ୍କଟ : ୨୧ ହଜାର ନଳକୂପ ଖୋଳିବାକୁ ସରକାରଙ୍କ ଅନୁମୋଦନ

 ରାଜ୍ୟରେ ଜଳ ସଙ୍କଟ ବଢିଛି । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ସରକାର ପାଣିକୁ ଗୁରୁତ୍ବ ଦେଉନଥିଲେ । ରାଜ୍ୟରେ ୫ଲକ୍ଷ ୨୦ ହଜାର ନଳକୂପ ଥିଲା  । ୨୧ ହଜାର ୩ଶହ ନଳକୂପ ଖୋଳିବାକୁ ନୂଆ ସରକାର ଅନୁମୋଦନ ଦେଇଥିବା ମନ୍ତ୍ରୀ କହିଛନ୍ତି ।  ଜଳ ସଙ୍କଟର ଅଭିଯୋଗକୁ ବିଭାଗ ଗୁରୁତ୍ବ ଦେଉଛି । ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ, ବିଭାଗ ୭ ଦିନ ମଧ୍ୟରେ ତା'ର ସମାଧାନ କରିବ  ।