ବଜ୍ରପାତରେ ଦୁଇ ମୃତ 

 ବରଗଡ : ବଜ୍ରପାତରେ ଗୋଟିଏ ପରିବାର ଦୁଇଜଣଙ୍କ ମୃତୁ୍ୟ ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ଲଖମରାରେ ଏଭଳି ଅଭାବନୀୟ ଘଟଣା । ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଯୋଗୁଁ ଚାାଷୀମାନେ ବିଲରେ ଅଖିମୁଠି ଅନୁକୂଳ କରିବା ସହ ଚାଷକାମ ଆରମ୍ଭ କରିଥାନ୍ତି । ବିଲ ନିକଟରେ ଥିବା ଅସ୍ଥାୟୀ ଘରେ ରୋଷେଇ କରୁଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ଲଖମରା ଗାଁର ଲୋଚନ ମେହେରଙ୍କ ସ୍ତ୍ରୀ ମମତା ମେହେର (୪୩) ଓ ପୁତୁରା ଆଶିଷ ମେହେର(୧୬)ଙ୍କ ବଜ୍ରପାତରେ ମୃତୁ୍ୟ ଘଟିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।